ads

Breaking News

ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ପୀଠରେ ନବରାତ୍ର



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ      ------ଏ  ହେଉଛି ପାର୍ବଣ ଋତୁ।ଏହି ଋତୁରେ ଦୁର୍ଗା ପୂଜା ନବରାତ୍ର,ଚଣ୍ଡୀ ହୋମରେ ଶକ୍ତି ପୀଠ  ଗୁଡ଼ିକ
 ଚଲଚଞ୍ଚଳ।ହେଲେ ଏବେ କରୋନା କଟକଣାରେ ସବୁ ଯାନିଯାତ୍ରା ଫିକା ପଡିଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ସରକାରଙ୍କ କୋଭିଡ-୧୯ ନିୟମକୁ ପାଳନ କରି କିଛି ସେବାୟତ ତଥା ପଣ୍ଡିତ ମାନଙ୍କ ଦ୍ୱାରା ପୂଜାକାର୍ଯ୍ୟ ଜାରି ରହିଛି।ଯାହା ଦେଖବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ  ନବରାତ୍ର ପୂଜା ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଗତ ୧୭ତାରିଖରୁ ଆରମ୍ଭ ହୋଇ ଆଜି ପଞ୍ଚମ ଦିବସରେ ସ୍କନ୍ଦମାତା ରୂପରେ ଦେବୀଙ୍କ ପୂଜାର୍ଚ୍ଚନା ସହ ପୁଷ୍ପାଞ୍ଜଳି ଆରତୀ ହୋଇଯାଇଛି।ଏହି ଅବସର ରେ ମୁଖ୍ୟ ପୂଜକ ଜୟ କୁମାର ଦାଶ ଓ ତାଙ୍କ ସାଥି ମାନେ ନିୟୋଜିତ ରହି ଥିବାବେଳେ କର୍ତ୍ତା ଭାବେ ସପତ୍ନୀକ ପ୍ରେମ ରାଜ ପ୍ରଧାନ ଓ ସୈରେନ୍ଦ୍ରୀ ଆଗାମୀ ନବରାତ୍ର ଶେଷ ତଥା ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ତୁଲାଇବେ।ବିଗତ ବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ର ଖେଳ ସାରା ବିଶ୍ୱ ପାଇଁ ମୁଖ୍ୟ ସମସ୍ୟା ହୋଇଥିବାବେଳେ ସରକାରୀ କଟକଣା ଭିତରେ ବିନା ଭକ୍ତଙ୍କ ସମାଗମରେ ସୁରୁଖୁରୁରେ ପୂଜାର୍ଚ୍ଚନା ଜାରି ରହିଛି।ଅନ୍ୟ ମାନଙ୍କ ମଧ୍ୟରେ ପୂଜା କାର୍ଯ୍ୟରେ ଦିଲ୍ଲୀପ ସାହୁ, ଟଙ୍କଧର ପ୍ରଧାନ ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.......

ads

Blog Archive

Popular Posts