ads

Breaking News

ରାତିପାହିଲେ ମା ମାଣିକେଶ୍ବରୀ ର ଛତର ଯାତ୍ରା


କଳାହାଣ୍ଡି------ରାତିପାହିଲେ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବି ମା ମାଣିକେଶ୍ବରୀ ଙ୍କର ପ୍ରସିଦ୍ଧ ଛତରଯାତ୍ରା । କିନ୍ତୁ ଚଳିତ ବର୍ଷ ସାରା ବିଶ୍ୱରେ ମହାମାରୀ କରୋନା ଦେଖା ଦେଇଥିବା ଯୋଗୁଁ ଏ ନେଇ ଭବାନୀପାଟଣା ସହରକୁ 22 ତାରିଖ ମଧ୍ୟ ରାତ୍ରରୁ 24 ତାରିଖ ଯାଏଁ ଭବାନୀପାଟଣା ସହର ରେ ଥିବା ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ତରଫରୁ ସିଲ କରାଯାଇଛି।   ଭବାନୀପାଟଣା ସହରକୁ ମଧ୍ୟ 144 ଧାରା ଜାରି କରାଯାଇଛି। ସକାଳୁ ଶ୍ରଦ୍ଧାଳୁ ଭକ୍ତ ଯେଉଁ ଭିଡ଼ ହେବା କଥା ତାହା ଆଉ ହୋଇ ପାରିବ ନାହିଁ । ଏବଂ କଡା ସୁରକ୍ଷା ବଳୟରେ ମାଆ ଙ୍କର ଯାହା ପୂଜା ରୀତିନୀତି ହେବା କଥା ତାହା ହେବ । ଜେନା ଖାଲରେ ପୂଜା ହେବ ଓ ସେଠାରୁ ମା ଙ୍କ ଛତର ମନ୍ଦିର କୁ ପ୍ରଶାସନ ର କଡା ସୁରକ୍ଷା ବଳୟରେ ପ୍ରତ୍ୟାବର୍ତନ କରିବ । ଏବର୍ଷ ଶ୍ରଦ୍ଧାଲୁ ସିଧା ସଳଖ ମା ଙ୍କ ଛତର କୁ ଦେଖି ପାରିବେ ନାହଁ, ତେଣୁ ପ୍ରଶାସନ ତରଫରୁ ଗଣମାଧ୍ୟମ, ଓ ବୈଦୁତିକ ଗଣ ମାଧ୍ୟମ ରେ ଦେଖି ପାରିବା ପାଇଁ ବ୍ୟବସ୍ଥା କରାଯାଇଛି । ଭବାନୀପାଟଣା ସହର କୁ ଏହି ଦିନ ଜନସମାଗମ ହେବ ନାହଁ ଓ ଚାରି ଜଣରୁ ଅଧିକ ଲୋକ ରୁଣ୍ଡ ହୋଇ ପାରିବେ ନାହଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଆଇନକୁ ନମାନିଲେ ପ୍ରଶାସନ ତରଫରୁ ଜୋରିମାନା ମଧ୍ୟ ଜାରି କରା ଯାଇଛି।  ଏ ନେଇ ଶ୍ରଦ୍ଧାଲୁ ଙ୍କ ମନରେ ସେପରି ଆଗ୍ରହ ପ୍ରକାଶ  ନାହଁ ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts