ads

Breaking News

ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ପାଣ୍ଠିରୁ ପ୍ରାପ୍ତ ହଷ୍ଟେଲ କୋଠାଘର ଉଦଘାଟିତ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟର ଲରମ୍ଭା ଠାରେ ଥିବା ଗଂଗୋତ୍ରୀ ଛାତ୍ରୀ ନିବାସର ନବନିର୍ମିତ ହଷ୍ଟେଲ ଗୃହ ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ କରକମଳରେ ଫିତା କାଟି ଉଦ ଘାଟନ କରିଥିଲେ । 
ଛାତ୍ରୀ ନିବାସର ପୁରୁଣା କୋଠରୀକୁ ନବୀ କରଣ ଭାବେ ନିର୍ମିତ ହୋଇ ଥିବା କୋଠରୀ ଓ ମହାବିଦ୍ୟାଳୟ ସ୍ଥିତ ଆକର୍ଷଣୀୟ ଶିକ୍ଷକ ସାଧାରଣ କୋଠରୀକୁ ମଧ୍ୟ ଉଦଘାଟନ କରି ଥିଲେ।ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅତାବିରା ବ୍ଲକ ଅଧ୍ୟକ୍ଷା ରିତା ସାହୁ,ସୁବାଷ ହୋତା, ହରିଶଙ୍କର ବେହେରା ଯୋଗ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉଦଘାଟନୀ ଉତ୍ସବରେ ଡ଼ଃ ଅମୃତା ସାମନ୍ତ,ଡ଼ଃ ପ୍ରମୋଦ କୁମାର ଭୋଇ,ଅଶୋକ କୁମାର ମହାନ୍ତି, ସରୋଜ କୁମାର ନାୟକ,ପ୍ରମୋଦ ଚନ୍ଦ୍ର ସେଠ,ବିନୟ କୁମାର ନାୟକ, ପବିତ୍ର ମାହାଣା,ମଧୁ ବାବୁ,କ୍ଷୀର ରଞ୍ଜନ କର୍ଣ୍ଣ,ଶ୍ୟାମ ସୁନ୍ଦର ରଣା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts