ads

Breaking News

ଜରାଜୀର୍ଣ୍ଣ ଅବସ୍ଥାରେ ଯୁବାଖୋଲରୁ ଜମରତଲା ରାସ୍ତା



 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧୀନରେ ଥିବା ଯୁଵାଖୋଲରୁ ଜମରତଲା ୩କିଲୋମିଟର ରାସ୍ତା ଏବେ ବି ବିକାଶ ଆଢୁଆଳରେ ରହି ଶୋଚନୀୟ ଅବସ୍ଥାରେ ପଡିରହିଛି।ଯଦ୍ୱାରା ବିଭିନ୍ନ ସମୟ ରେ ସ୍କୁଲ ଛାତ୍ରଛାତ୍ରୀ ତଥା ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ରାସ୍ତା ବର୍ଷା ଦିନରେ କହିଲେ ନ ସରେ ।  କଟାଵାହାଲ, ଯୁଵାଖୋଲ,ଜମରତଲା ସମେତ ୧୦ରୁ ୧୫ ଖଣ୍ଡ ଗାଁ ର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ଏହି ବାଟ ଦେଇ ପଦ୍ମପୁର, ପାଟଣାଗଡ଼ ଆଦି ଅଞ୍ଚଳର ଦୁରତା କମ ପଡୁଥିବା ରୁ ବହୁ ସଂଖ୍ୟାରେ ଲୋକେ ଯାତା ୟତ କରିଥାନ୍ତି। ପାହାଡ଼ ଘଞ୍ଚ ଅରଣ୍ୟ ମଧ୍ୟଦେଇ ଏହି ରାସ୍ତା ଯାଇ ଥିବା ବେଳେ ବାରମ୍ବାର ରାସ୍ତାଟିଏ ନିର୍ମାଣ ପାଇଁ ଅଭିଯୋଗ ହେଇ ଆସୁଥିଲେ ମଧ୍ୟ  ସ୍ଥାନୀୟ ପ୍ରଶାସନ ଏଠି କାଲା ସାଜିଛି ।  ଏହି ରାସ୍ତାକୁ ସରକାରୀ ଯୋଜନାରେ ସାମିଲ କରି ପକ୍କା ରାସ୍ତାଟିଏ କରିବାପାଇଁ ସାଧାରଣରେ ଦାବି ହେଉଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ   ସାକ୍ଷୀଗୋପାଳ ନିଉଜ୍......

ads

Blog Archive

Popular Posts