ads

Breaking News

ସାକ୍ଷୀଗୋପାଳ ସେବାୟତ ସଂଘର ନୂତନ ପରିଚାଳନା ପରିଷଦ ନିର୍ବାଚିତ


 ସାକ୍ଷୀଗୋପାଳ ----- ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘର ନୂତନ ପରିଚାଳନା ପରିଷଦ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଯାଇଛନ୍ତି । ଏହି ଅବସରରେ ସଂଘ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତ୍ତି କ୍ରମେ ସଂଘର ନୂତନ  କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ବୁଧବାର ଦିନ ନିର୍ବାଚିତ ହୋଇଥିବା ସମସ୍ତ ନୂତନ କର୍ମକର୍ତ୍ତା ମାନେ ସେମାନଙ୍କର ଦାୟତ୍ତ୍ୱ ଗ୍ରହଣ କରିଛନ୍ତି । ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଅଶୋକ ଖୁଣ୍ଟିଆଉପ ସଭାପତି, କିଶୋର ମହାପାତ୍ର ସମ୍ପାଦକ, ସଂଜୟ କୁମାର ନନ୍ଦ ସହ ସମ୍ପାଦକ, ଉର୍ଗୋଦେବ କୋଠାରୀ କୋଷାଧ୍ୟକ୍ଷ, ରାମଚନ୍ଦ୍ର ନନ୍ଦ ସହ ପରିଚାଳକ, ସନ୍ତୋଷ ମେକାପ ସଭ୍ୟ, ଜ୍ୟୋତି ଶଙ୍କର ଖୁଣ୍ଟିଆ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ସେବାୟତ ସଂଘ ପକ୍ଷରୁ କୁହାଯାଇଛି  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts