ads

Breaking News

ଘାଟିକୁଣ୍ଡରୁରେ ମାଓ ପୋଷ୍ଟର ଜବତ; ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ଲାଲବାହିନୀ

 
 ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ମାଓବାଦୀ ନିଜର ଉପସ୍ଥିତ ଜାହରି କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀ ପୋଷ୍ଟର ଦେଖାଯାଇଛି। ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ଫାସିବାଦ ବୋଲି କୁହାଯିବା ସହ ସେ ସବୁକୁ ବିରୋଧ କରିଛନ୍ତିି ଲାଲବାହିନୀ।
ଚାଷୀଙ୍କୁ ମୁକ୍ତ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ ନାଁରେ ଘରୋଇ କରଣକୁ ଏହି ପୋଷ୍ଟର ମାଧ୍ୟମରେ ବିରୋଧ କରାଯାଇଛି। ରାଜ୍ୟ ବାହାରକୁ ଶ୍ରମିକମାନେ ଯାଇ କାମଧନ୍ଦା କରୁଛନ୍ତି ତେଣୁ ସେମାନଙ୍କୁ ନିଜ ରାଜ୍ୟ ଭିତରେ ସରକାର କାମ ଯୋଗାଇଦେବା ପାଇଁ ମାଓ ସଂଗଠନ ଦାବୀ କରିଛନ୍ତି । କରୋନା ନିୟନ୍ତ୍ରଣ ନାଁରେ ଔଷଧ ଓ ମେଡିକାଲ ସାମଗ୍ରୀ କିଣିବାରେ ଦୁର୍ନିତ ଅଭିଯୋଗ ଆଣିଛି ମାଓ ସଂଗଠନ ।  ତେଣୁ ଏହାର ଉଚିତ ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ପୋଷ୍ଟର ମାଧ୍ୟମରେ ଦାବି କରିଛନ୍ତି । ପୋଷ୍ଟରରେ ସିପିଆଇ ମାଓବାଦୀ ଓଡିଶା କମିଟି ବୋଲି ଉଲ୍ଲେଖ କରାଯାଇଛି।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts