ମୋଦିଙ୍କ ଜନ୍ମଦିବସକୁ ପକୁଡ଼ି ଷ୍ଟଲ କରି ବେରୋଜଗାର ସପ୍ତାହ ରୂପେ ପାଳନ କଲେ ଜିଲ୍ଲା ଯୁବ କଂଗ୍ରେସ.
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:- ଶନିବାର ଦିନ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଡ. ସ୍ମୁତିରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶାକ୍ରମେ ବରଗଡ଼ ଜିଲ୍ଲା ଯୁବକଂଗ୍ରେସ ର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଗତ ୧୭ ସେପ୍ଟେମ୍ବର ମାନନୀୟ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବେରୋଜଗାର ସପ୍ତାହ ପାଳନ କରିଛି ଯୁବକଂଗ୍ରେସ ।
ଆଜି ଦେଶରେ ବଢ଼ୁଥିବା ବେରୋଜଗାରି,ବେକାରୀ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବବର୍ଗ ପ୍ରତି ଭୁଆଁ ବୁଲା ନିତିକୁ ନେଇ ଆଜି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଗାନ୍ଧି ଛକ କଲେକ୍ଟର ଅଫିସ ରାସ୍ତାରେ ଏକ ଅଭିନବ ଢଙ୍ଗରେ ପକୁଡି ଷ୍ଟଲ ଖୋଲି ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରାଯାଇଛି । ଏଥିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି,ବରଗଡ ଯୁବକଂଗ୍ରେସ ସୋସିଆଲ ମିଡ଼ିଆ କୋଡ଼ିନେଟର ପପୁ କୁମ୍ଭାର, ଅମିତ ଆଚାର୍ଯ୍ୟ, ଗୋବିନ୍ଦ ମେହେର, ଆଶିଷ ବେହେରା, ବିମଲ ଶିକା, ଅଭିଷେକ ନାୟକ, ପପୁନ ନାୟକ, ନିହାର ବେହେରା, ରାଜକିଶୋର ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....





