ସ୍କୁଲ ପରିସରରେ ଚାରା ରୋପଣ
ବେଗୁନିଆପଡା -------- ପରିବେଶ କୁ ସନ୍ତୁଳନ ରଖିବା ସହ ସୁରକ୍ଷା ଦେବା ପାଇଁ ସର୍ବଦା ଚେଷ୍ଟା ଜାରି ରଖିଛନ୍ତି ଋଷିକୁଲ୍ୟା ରୟତ ମହାସଭାର ସଦସ୍ୟ ମାନେ |'ଗଛ ଟିଏ କୁ ମଣିଷ ଟିଏ' ନାରା ଦେଇ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖାର ସମ୍ପାଦକ ଭାସ୍କର ନାୟକଙ୍କ ତତ୍ୱାବଧାନରେ ତିରିଡ଼ା ଓ ମିରିଗିଲେଣ୍ଡି ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କରାଯାଇଛି କୋଭିଡ ନିୟମ ମାନି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଔଷଧୀୟ ବୃକ୍ଷ ରୋପଣ କରା ଯାଇଥିଲା |କୃଷକ ମାନଙ୍କୁ ମାଗଣାରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ବୈଦ୍ୟ, ଶ୍ରୀ ନୀଳକଣ୍ଠେଶ୍ଵର ମହିଳା ସଂଘର ସଭାନେତ୍ରୀ ନଳିନୀ ନାୟକ, ସମ୍ବାନିତ ଅତିଥି ଭାବେ ମିରିଗିଲେଣ୍ଡି ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଗିରି ନାୟକ, ଅଙ୍ଗନବାଡି କର୍ମୀ ରିତାରାଣୀ ପାଣ୍ଡେ ଏବଂ ସମସ୍ତ ଋଷିକୁଲ୍ୟା ରୟତ ମହାସଭାର କୃଷକ ଉପସ୍ଥିତ ଥିଲେ । ପରିବେଶର ସୁରକ୍ଷା ପାଇଁ ଏହି ଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଭାସ୍କର ନାୟକ ଜଣାଇଛନ୍ତି । ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ


