ମାନସିଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଜଗତସିଂହପୁର------କ୍ୟାନ୍ସର ରୋଗରେ ପୀଡିତ ଥିବା ମାନସିଙ୍କର ଚିିିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅଧୀନ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ସାନ ପାଟଣା ପଡାର-୨୩ ନମ୍ବର ୱାର୍ଡରେ । ଗୋବିନ୍ଦପୁର ସାନ ପାଟଣା ପଡାର ରଞ୍ଜନ ବେହେରାଙ୍କ ପତ୍ନୀ ମାନସି ବେହେରା ଦୀର୍ଘ୧୫ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ତିନିଥର ଅପରେସନ ହୋଇଥିଲେ । ମାତ୍ର ରୋଗ ଭଲ ନହେବାରୁ ଶେଷର ନିଜର ଡାହାଣ ଗୋଡ଼ ହରାଇବାକୁ ପଡ଼ିଛି । ପରେ କ୍ୟାନ୍ସର ରୋଗରେ ପୀଡ଼ିତ ବୋଲି ଡାକ୍ତର କହିଥିବା ଜଣାପଡିଛି । ସ୍ୱାମୀ ରଞ୍ଜନଙ୍କ କହିବା ଅନୁଯାୟୀ ପାନ ବରଜ କରି ସେଥିରୁ ଯାହା ରୋଜଗାର ହୁଏ ପୁଅ ଝିଅଙ୍କ ପାଠ ପଢା ,ଘରେ ବୃଦ୍ଧା ମାଙ୍କ ମେଡ଼ିସିନ ଖର୍ଚ୍ଚ ସହିତ ପାଞ୍ଚ କୁଟୁମ୍ବ ପ୍ରତିପୋଷଣ କରୁଥିଲେ । ହେଲେ ଲକ ଡାଉନ ଯୋଗୁଁ ପାନ ବିକ୍ରି ନହେବାରୁ ପତ୍ନୀ ମାନସିଙ୍କ କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଝିଛିଏବେ ବାଧକ । ପତ୍ନୀଙ୍କ ରୋଗ ଭଲ ହେବା ପାଇଁ ସେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଅନ୍ୟ ପଟେ ରଞ୍ଜନଙ୍କ ପତ୍ନୀ ମାନସି କହିଛନ୍ତି ତିନି ଥର ଚିକିତ୍ସା ହେବା ପରେ ଡାକ୍ତର ଟିଉମର ହୋଇଛି ବୋଲି କହିବାରୁ ତାଙ୍କ ଡାହାଣ ଗୋଡ଼ କାଟି ଦେଇଥିଲେ । ହେଲେ ଗୋଡ଼ କାଟିବା ପରେ ଡାକ୍ତର ତାଙ୍କୁ କ୍ୟାନ୍ସର ହୋଇଛି ବୋଲି କହିଛନ୍ତି । ନିଜ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜି ଥିବା ବେଳେ ଅନ୍ୟ ପଟେ ଦୁଇ ଝିଅ ଓ ପୁଅର ପାଠପଢା ,ଘରେ ବୃଦ୍ଧା ମା ,ଦିନେ ଖାଇଲେ ଦିନେ ଉପାସ,କାଟୁଛନ୍ତି ରଞ୍ଜନର ପରିବାର । ଚିକିତ୍ସା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ଯଦି କେହି ସହୁର୍ଦ୍ୱୟ ବ୍ୟକ୍ତି ମାନସି ବେହେରାଙ୍କ ରୋଗ ଭଲ ହେବା ପାଇଁ ସହାୟତା ପ୍ରଦାନ କରିବେ ହୁଏତ ମାନସିଙ୍କର ଭଲ ଚିକିତ୍ସା ହୋଇ ପାରିବ ବୋଲି ଆଶାକରାଯାଉଛି।ଜଗତସିଂହପୁରରୁ ପ୍ରଳୟ ମହାପାତ୍ର



