ads

Breaking News

ପରଲୋକରେ ଯୁବ ବ୍ୟବସାୟୀ ସଂଜୀବ ପଧାନ

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-  ବରଗଡ଼ ଜିଲ୍ଲା ଅତାବିରା ର ବେଶ ଜଣାଶୁଣା ଉଦୟମାନ ଯୁବ ବ୍ୟବସାୟୀ ସଂଜୀବ ପଧାନଙ୍କ(୪୦) ଆଜି ସକାଳ ୧୦ଟା ସମୟରେ ଦେହାନ୍ତ ହୋଇଯାଇଛି।ତାଙ୍କର ୧୫ଦିନ ହେବ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା।  ଆଜି ହଠାତ୍ ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ନେବା ସମୟରେ ଗୋଶାଳା ନିକଟରେ ସେ ଆଖି ବୁଜି ଦେଇଥିଲେ। ଯିବା ବାଟରୁ ତାଙ୍କୁ ଫେରାଇ ଆଣି ଅତାବିରା ର ଏକ ଘରୋଇ ଚିକିତ୍ସାଲୟରେ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ବୋଲି ପରାମର୍ଶ ନେଇଥିଲେ। ହେଲେ ସେତେବେଳକୁ ଘରୋଇ ଡାକ୍ତରଖାନାରେ ଦେଖିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଖବର ପାଇବା ମାତ୍ରେ ଅତାବିରା ଦୋକାନ ବଜାର ତଥା ସହରର ଗଲିକନ୍ଦି ଓ ଗ୍ରାମାଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।ସେ ଜଣେ ମେଳାପୀ ଯୁବ ବ୍ୟବସାୟୀ ଭାବେ ବେଶ ପରିଚିତ ଥିବାବେଳେ ବ୍ୟବସାୟରେ ପ୍ରଥମେ ସରସ୍ୱତୀ ଭଣ୍ଡାର,ଅତାବିରା ବସଷ୍ଟେଣ୍ଡ ନିକଟରେ ସରସ୍ୱତୀ କମ୍ପ୍ଲେକ୍ସ ନିର୍ମାଣ କରିବା ସହ ସରସ୍ୱତୀ କଲ୍ୟାଣ ମଣ୍ଡପ ତିଆରି କରିଯାଇଛନ୍ତି।ତାଙ୍କର ଦୁଇ ଭଉଣୀ ରିତା,ରିନା ଓ ନିଜର ଦୁଇ ପୁଅ ଶ୍ରୀକାନ୍ତ,ଶ୍ରୀୟଂସ ଓ ସ୍ତ୍ରୀ ଗୋପାଙ୍ଗନା ଙ୍କ ସହ ପରିବାର ବର୍ଗଙ୍କୁ ଶୋକ ସାଗରରେ ଭସାଇ ଛାଡି ଚାଲିଯାଇଛନ୍ତି।ମୃତ୍ୟୁ ଶଯ୍ୟା ପାଖରେ ଝିଅ-ଜ୍ୱାଇଁ, ଭଣଜା-ଭାଣଜି, ଆଇନଜୀବୀ,ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନ୍ତେଷ୍ଟି କ୍ରିୟା ସମାପିତ କରାଯିବ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

ads

Blog Archive

Popular Posts