ମାରୁତି ସେନା ପକ୍ଷରୁ କଣାସରେ ରିଲିଫ ବଣ୍ଟନ
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲାରେ ଦୟା ,ରାଜୁଆ ଓ ଲୁଣା ନଦୀରେ ବନ୍ୟା ଆସିବା ଯୋଗୁ ବିଭିନ୍ନ ସ୍ଥାନରେ ଘାଇ ହେବା ଯୋଗୁ ପୁରୀ ଜିଲ୍ଲାର କଣାସ ବ୍ଳକ ଅଞ୍ଚଳରେ ବିଶେଷ କ୍ଷତି ହୋଇଥିଲା । ଏହାକୁ ନଜର କରି ସତ୍ୟବାଦୀ ମାରୁତି ସେନା ପକ୍ଷରୁ କଣାସ ବ୍ଳକର ଗଡବଡପୁଟ ପଞ୍ଚାୟତର ବୀରକେଶରୀ ପୁର ଓ ବେହେଣ୍ଟା ଗ୍ରାମର ବନ୍ୟା ପ୍ରପୀଡିତ ଅସହାୟ ପରିବାରଙ୍କୁ ଚୁଡା, ଗୁଡ, ବିସ୍କୁଟ, ଅମୂଲୁ ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା । ମାରୁତି ସେନାର ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୱାର୍ଡ ସଭ୍ୟ ପ୍ରକାଶ ମିଶ୍ରଙ୍କ ସହିତ ସାମାଜିକ କର୍ମୀ ଭରତ ରାଉତ ଓ ରିନା ପରିଡା,ଭାଗିରଥି ନାୟକ, ସତ୍ୟ ନାରୟଣ ଦାସ, ସନ୍ତୋଷ ମହାପାତ୍ର, ଓମ ସତ୍ୟପ୍ରକାଶ ସାହୁ, ବାବୁଲି ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ,ପ୍ରଭାକର ଜେନା, ରତ୍ନାକର ସାହୁ, ଦାବଦର ଜେନା, ସୁଶାନ୍ତ କୁମାର ସାହୁ, ଜୟନ୍ତ ସ୍ୱାଇଁ, ଅନିଲ କୁମାର ସ୍ୱାଇଁ, ତ୍ରିନାଥ ବେହେରା ପ୍ରମୁଖ ରିଲିଫ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



