ଧର୍ମ ପରାୟଣ ମହିଳାଙ୍କର ପରଲୋକ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରୀଡ଼ା ପଞ୍ଚାୟତ ସାରସପାଲି ଗ୍ରାମର ନବୀନ ପୁରୋହିତଙ୍କ ଧର୍ମ ପତ୍ନୀ ସନ୍ତୋଷିନୀ ପୁରୋହିତ ହୃଦ୍ ଘାତ ରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୬୫ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମ ପରାୟଣ,ମେଳାପୀ,ପରୋପକାରୀ,ସତ୍ୟନିଷ୍ଠା ଓଗ୍ରାମର ଧର୍ମାନୁଷ୍ଠାନ ମାନଙ୍କରେ ସକ୍ରିୟ ଭୂମିକାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ । ତାଙ୍କର ଏକମାତ୍ର ପୁଅ ସଚିନ ପୁରୋହିତ,ପୁତ୍ର ବଧୁ,ସ୍ୱାମୀ ନବୀନ ପୁରୋହିତ,ଝିଅ ସୋମି,ଜ୍ୱାଇଁ ଡକ୍ତର ରାଜେଶ କୁମାର ବାବୁ ଓ ଦୁଇ ନାତି ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସନ୍ତୋସିନୀ ପୁରୋହିତ ଙ୍କ ଶେଷ ଦର୍ଶନ ରେ ସାରସ ପାଲି ଗ୍ରାମବାସୀ ତଥା ଅଞ୍ଚଳର ବହୁ ଭଦ୍ରବ୍ୟକ୍ତି ସମୂହ ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ।ପରେ ମରଶରୀର କୁ ସଂକ୍ରୀଡ଼ା ସ୍ମଶାନଘାଟ ଠାରେ ଅଗ୍ନି ସଂଯୋଗ କରି ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିଲା।ଏଥିରେ ତାଙ୍କର ସୁପୁତ୍ର ସଚିନ ମୁଖାଗ୍ନି ଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....




