ads

Breaking News

ପାରାଦୀପ୍ ଷଣ୍ଢକୁଦ ଅଞ୍ଚଳରେ ଶିଶୁକୁ ବଳି ଉଦ୍ୟମ


କୁଜଙ୍ଗ----ପାରାଦୀପ୍ ଷଣ୍ଢକୁଦ ଅଞ୍ଚଳରେ ଶିଶୁକୁ ବଳି ଉଦ୍ୟମ ହୋଇଥିଲା ବୋଲି ଥାନା ରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଜଣାପଡିବା ପରେ ଗୁଣିଆକୁ କାବୁ କରି ନେଇଛି ମେରାଇନ ଥାନା ପୋଲିସ ।  ସତ୍ୟ ରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁତ୍ରକୁ କୌଶଳ କ୍ରମେ ଡାକି ନେଇ ଗୁଣିଆ ବାବୁରାମ ପଣ୍ଡା ଓ ଅନ୍ୟ ୪ ଜଣ ପୁରୁଷ ଓ ମହିଳା ମାନେ ସେଠାରେ ପୂଜା କର  ଶିଶୁ ପୁତ୍ରର ବାପା ସତ୍ୟ ରଞ୍ଜନ ମଣ୍ଡଳ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ଯାଇ ପହଞ୍ଚି ପୁଅ କୁ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ସେ ସ୍ତାନୀୟ ମେରାଇନ ପୋଲିସରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ଘଟଣାର ଖୋଳତାଡ଼ କରିବା ସହ ଗୁଣିଆକୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି ।ଜୈନିକ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କର ଜଣେ ମହିଳା ସାଙ୍ଗଙ୍କ ଦ୍ଵାରା ଗୁଣିଆ ସହିତ ଯୋଗାଯୋଗ କରିଥିଲେ ଓ ପୂଜା ପୂଜି କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଯୋଜନା ଅନୁଯାଇ ଜଣେ ଛୋଟ ପିଲା ଆବଶ୍ୟକ ପଡିବାରୁ ସେ ଜୈନିକ ମହିଳାଙ୍କ ମାଧ୍ୟମରେ ଉକ୍ତ ଶିଶୁ ପୁତ୍ରକୁ ଡାକି ସେଠାରେ ପୂଜା ପାଠ କରିବା ବେଳେ ଉକ୍ତ ଶିଶୁ ପୁତ୍ରର ପିତା ସତ୍ୟ ରଞ୍ଜନ ମଣ୍ଡଲ ପୂଜା ସ୍ଥଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ଶହ ବସ୍ତିରେ ଘଟଣା ସମ୍ପର୍କରେ ଜଣାଇଥିଲେ ।ପରେ କିଛି ସମାଧାନ ନହେବାରୁ ସ୍ତାନୀୟ ମେରାଇନ ଥାନା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଗୁଣିଆ ପୂଜା ପାଠ କରିବା ସମ୍ପର୍କରେ ସ୍ୱୀକାର କରିଥିବା ବେଳେ ବଳି ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ପ୍ରକାଶ କରିଛନ୍ତି.।ଘଟଣାକୁ ନେଇ ପାରାଦୀପ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ଜଗତସିଂହପୁରରୁ ପ୍ରଳୟ ମହାପାତ୍ରଙ୍କ ରିପୋର୍ଟ

ads

Blog Archive

Popular Posts