ads

Breaking News

କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଅରେଇଗୁଡି ପଞ୍ଚାୟତର କୋଭିଡ କଲେକ୍ଟର









----- ବରଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୩୩୨ପହଞ୍ଚିଛି । ଜିଲ୍ଲାରେ ଆଜି ୮ଜଣ ପଜିଟିବ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତ ମଧ୍ଯରୁ ୭ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବାବେଳେ ସେଥିମଧ୍ୟରୁ ଭେଡେନବ୍ଲକ ଅରେଇଗୁଡି ପଞ୍ଚାୟତ ସାଲ୍ଲେପାଲି ଗ୍ରାମର ତଲିପଡା ଓ ରୁଗୁଡ଼ି ପଡାର  ୨ଜଣ ରହିଛନ୍ତି। ଯଦ୍ୱାରା ଆଜି ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଲକ ପ୍ରଶାସନର ସହାୟତାରେ ଅରେଇଗୁଡି ପଞ୍ଚାୟତର ସରପଞ୍ଚ ତଥା କୋଭିଡ କଲେକ୍ଟର ସାଲ୍ଲେ -ପାଲି ତଳିପଡା ଓ ରୁଗୁଡି ପଡାକୁ କଣ୍ଟେନମେଣ୍ଟ ଜୋନ୍ ରେ ଘୋଷଣା କରିଛନ୍ତି। ଏହି ଅବସରରେ ଭେଡେନ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ମୁରଲୀଧର ନାଏକ,ଅତିରିକ୍ତ ତହସିଲଦାର ନାରାୟଣ ଡଣ୍ଡସେନା ଙ୍କ ସହ ଭେଡେନ ପୋଲିସ ଏସ୍ ଆଇ ରୁଦ୍ର ନାରାୟଣ ପ୍ରଧାନ ସଦଳବଳେ ପହଞ୍ଚି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ପିଇଓଏମ୍ଆଇ ପ୍ରସନ୍ନ ଦେହୁରୀ,ଆର ଡବ୍ଲୁ ଏସ୍ ଏସ୍ ଜେଇ ମଞ୍ଜୁ ସୁହୁଲା,ଜିଆରଏସ୍ ,ମେଡ଼ିକାଲ ଷ୍ଟାଫ,ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ ।  ସାମାଜିକ ଦୂରତ୍ୱ,ମାସ୍କ ପିନ୍ଧିବା ଇତ୍ୟାଦି ବିଷୟ ଅଙ୍ଗନ ବାଡ଼ି ଓ ଆଶାକର୍ମୀ ମାନେ ଘରକୁ ଘର ବୁଲି କରୋନା ସମ୍ପର୍କ ରେ ବୁଝାଇବାକୁ ପରାମର୍ଶ ଦିଆଯାଇଥିଲା।


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

ads

Blog Archive

Popular Posts