ads

Breaking News

କଣ୍ଟେନମେଣ୍ଟ ଯୋଗୁଁ ପୋଲିଓଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ : ସଙ୍କଟରେ ୨୦୦ରୁ ଉର୍ଦ୍ଧ୍ବ ଶିଶୁ


ଓଡ଼ଗାଁ/କୁରାଳ - ଓଡ଼ଗାଁ ବ୍ଲକ ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ବର୍ତ୍ତମାନ ସୁଦ୍ଧା ଓଡ଼ଗାଁ ବ୍ଲକର ୫ ପଞ୍ଚାୟତର ୨୦ଗ୍ରାମ କଣ୍ଟେନମେଣ୍ଟ ଏବଂ ୧୫ ଗ୍ରାମ ବଫରଜୋନରେ ରହିଛି ।
କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଥିବା ହେତୁ କୁରାଳ ,କୋମଣ୍ଡ ,ପାଣ୍ଡେରିପଡା,ସୁନାମୁଁହି ଏବଂ ଗିରିଡିପଲ୍ଲି ଗ୍ରାମପଞ୍ଚାୟତ ଆଦିର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଶିଶୁ ପୋଲିଓ ,ବିସିଜି ,ଡିପଥେରିଆ ,ମିଜିଲସ ପରି ଜୀବନରକ୍ଷକ ଟୀକା ନେବାରୁ ବଞ୍ଚିତ ହେଉଛନ୍ତି ।ଯେଉଁଥିପାଇଁ ସେମାନଙ୍କ ଜୀବନପ୍ରତି ବିପଦ ରହିଅଛି ।
ପ୍ରାୟ ୧ ବର୍ଷରୁ କମ ଶିଶୁ ମାନଙ୍କୁ କିଛି କିଛି ଅଭିଭାବକ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ନେଇ ଟୀକା ଦେଉଥିବାର ନଜିର ମଧ୍ୟ ରହିଅଛି ।ଟୀକା ନ ନେବା ଦ୍ୱାରା କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତିକରିପାରେ ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିଭିନ୍ନ ପ୍ରକାର ଟୀକା କୋମଳମତି ଶିଶୁ ମାନଙ୍କୁ ଖୁବ ଶ୍ରୀଘ୍ର ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଅଛି ।
ରିପୋର୍ଟ - ଓଡ଼ଗାଁ /କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts