ads

Breaking News

ଓଡ଼ଗାଁ ଅଞ୍ଚଳରେ ଲଗାଣ ବର୍ଷା ;ଚାଷୀମନରେ ଉତ୍ସାହ


ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ, କୁରାଳ ,କୋମଣ୍ଡ  ,ପାଣ୍ଡେରିପଡା, ପନ୍ତିଖାରି,ରଂଗଣିପାଟଣା ,ରବିଗାଡ଼ିଆ,କୋରପିଠା, ଶରଧାପୁର,ଭାଡ଼ିକିଳା, ବାଣ୍ଠପୁର ସମେତ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷୀଙ୍କ ମନରେ ଧାନ ଚାଷ କରିବା ନିମନ୍ତେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ତଳି ଓ ରୁଆ କାର୍ଯ୍ୟ ମଧ୍ୟ  ମନ୍ଥର ଗତିରେ ଚାଲିଥିଲା। ବର୍ଷା ଅଭାବରୁ ଅଧିକାଂଶ ବୁଣା ଜମି ମଧ୍ୟ ଗଜା ମରୁଡି ହେବା ସହ ଧାନ ତଳି ଗୁଡିକ ପୋଡ଼ିଗଲାଣି,ଏପଟେ କରୋନା ପ୍ରଭାବ ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି କରିପାରିନଥିବା ବେଳେ ବୁଣାଯାଇଥିବା ଧାନ ମରୁଡି ହେବାରେ ଲାଗିଲାନି। ବିଶେଷ ଭାବରେ ଓଡ଼ଗାଁ ବ୍ଳକର ଚାଷୀମାନେ ଚାଷ ପାଇଁ ବର୍ଷା ଜଳକୁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି। ଏହି ଖରିଫ ଋତୁରେ ଏଠାକାର ଚାଷୀ ଧାନ ଫସଲକୁ ମୁଖ୍ୟ ବେଉସା ଭାବରେ ଗ୍ରହଣ କରିଥାନ୍ତି। ମାତ୍ର ଜୁଲାଇ ମାସ ଶେଷ ହେବାକୁ ବସିଲାଣି ମୌସୁମିର ଦେଖାନାହିଁ।

ସୂଚନା ଅନୁଯାୟୀ ଗତ କିଛି ଦିନ ପରେ ଆଜି ଓଡ଼ଗାଁ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି । ଲଗାଣ ବର୍ଷା ହେବା ଫଳରେ ଚାଷୀକୁଳ ଆଶ୍ୱସ୍ତି ଅନୁଭବ କରିବା ସହ ମନରେ ଖୁସିର ଲହରୀ ଖେଳିଯାଇଛି । ବର୍ଷା ପରେ ଚାଷୀମାନେ ରୁଆ,ପୋତା ଏବଂ ବେଉଷଣ କାର୍ଯ୍ୟକ୍ରମ କରିବେ ବୋଲି ଜଣାପଡିଛି ।ତେବେ ଆଜିର ବର୍ଷାକୁ ଦେଖି ଅନେକ ଚାଷୀ ଲଙ୍ଗଳ ତଥା ଟ୍ରାକ୍ଟର ମାଧ୍ୟମରେ କାଦୁଅ କରୁଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts