ads

Breaking News

ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଦାବିପତ୍ର ପ୍ରଦାନ

ସାକ୍ଷୀଗୋପାଳ ----- ସତ୍ୟବାଦୀ  ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଦଶ ଦଫା ସମ୍ମଳିତ ଏକ ସ୍ମାରକପତ୍ର ସତ୍ୟବାଦୀ ତହସିଲଦାରଙ୍କ ଜରିଆରେ  ପ୍ରଦାନ କରାଯାଇଛି । ରାଜ୍ୟରେ ସଂପ୍ରତି ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି ।   କେଉଁଠି ଲକ ଡାଉନ ତ ପୁଣି କେଉଁଠି ସଟ ଡାଉନ ଜାରି ରହିଛି ।  ଲୋକମାନେ କାମଧନ୍ଦା ନ ପାଇ ବହୁ କଷ୍ଟରେ କାଳତିପାତ କରୁଛନ୍ତି । ବିଶେଷ କରି କୃଷି ଶ୍ରମିକ, ପ୍ରବାସୀ ଓଡିଆ ମାନେ ଦୀର୍ଘଦିନ ଧରି କାମଧନ୍ଦା ନ ପାଇ ହାତ ବାନ୍ଧି ଘରେ ବସି ରହିଛନ୍ତି ।  ଯାହା ଫଳରେକି କୃଷି ଋଣ ପରିଷୋଧ କରିବାରେ ଚାଷୀ ମାନେ ସକ୍ଷମ ହୋଇ ପାରୁନାହାନ୍ତି ।  ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି । ଏହି ଅବସରରେ ପାର୍ଟି କାର୍ଯ୍ୟାଳୟ ନିକଟରେ  ଅଲ୍ ଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନର ସତ୍ୟବାଦୀ ବ୍ଳକ କମିଟିର ସମ୍ପାଦକ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ସହିତ ସୁବାସ ବେହେରା, ବିଶ୍ୱନାଥ ବେହେରା, ଶ୍ୟାମ ସୁନ୍ଦର ବାରିକ, ଆନନ୍ଦ ଜେନା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।
 ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts