ads

Breaking News

ଲୟନ୍ସ କ୍ଳବ ପକ୍ଷରୁ ବିନ୍ଦ୍ୟ ବାସିନୀ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

  ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ  ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଳବ ପକ୍ଷରୁ ସଂକ୍ରୀଡ଼ା ପଞ୍ଚାୟତ ବିନ୍ଦ୍ୟ ବାସିନୀ ଡୁଙ୍ଗୁରି ପୀଠ ଠାରେ  ବୃକ୍ଷରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସଂକ୍ରୀଡ଼ା ସରପଞ୍ଚ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି,ସଂକ୍ରୀଡ଼ା ସମାଜ ପ୍ରତିନିଧି ଭବାନୀ ଶଙ୍କର ପାଢ଼ୀ ଯୋଗଦେଇ ଲାୟନ୍ସ କ୍ଳବ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଲାୟନ୍ସ କ୍ଳବ ସଭାପତି ଲାୟନ୍ସ ରଶ୍ମିରଞ୍ଜନ ପାଢ଼ୀ ଙ୍କ ସହିତ ସୁନୀଲ କୁମାର ଅଗ୍ରୱାଲ,ଅବସର ପ୍ରାପ୍ତ ଶିକ୍ଷକ ଧନପତି ଷଣ୍ଢ,ଯୋଗେଶ ଶର୍ମା, ସୁନୀଲ ଚନ୍ଦ୍ରମ,ବିକେଶ ସାହାଣୀ,ଶିବ ଚନ୍ଦ୍ରମ,ଭଗବାନ ପୋଢ଼ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାର ଔଷଧିୟ ୧୫୦ଟି ବୃକ୍ଷ ରୋପଣ କରିଥିଲେ ।  ବୁକ୍ଷର ଚାରି ପାର୍ଶ୍ୱରେ ବାଡ଼ ଦେଇଥିଲେ ଯେପରି ଗାଈ, ଗୋରୁ କ୍ଷତି କରିପାରିବେ ନାହିଁ।ଏହି ବୃକ୍ଷର ଯତ୍ନ ନେବାକୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ଶପଥ ପାଠ କରିଥିଲେ। ଆଗାମୀ ଦିନ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଲାୟନ୍ସ କ୍ଲବର କୋଷାଧ୍ୟକ୍ଷ ଶଙ୍କରଲାଲ ଗୁପ୍ତା କହିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

ads

Blog Archive

Popular Posts