ads

Breaking News

କରୋନା କଟକଣା ମାନିଲେ ନାହିଁ ସରପଞ୍ଚ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ଫୁ


ପୁରୀ----  ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ଜିଲ୍ଲାକୁ କୋୖଣସି ଜିଲ୍ଲାର ଜନସାଧାରଣ ଆସିବା ମନା। କରୋନା ମହାମାରୀରୁ ପୁରୀ ଜିଲ୍ଲାକୁ ବଞ୍ଚାଇବା ପାଇଁ ଜିଲ୍ଲାପାଳ ବଳୱନ୍ତ ସିଂ ଗତ ୧୦ ତାରିଖରେ ସମସ୍ତ ବିଡ଼ିଓ ,ତହସିଲଦାର ଓ ପୋଲିସ ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ପରେ ଗତ ୧୦ ଦିନରୁ ୧୨ ଦିନ ହେବ କଲିକତା ରୁ ପ୍ରାୟ୧୮ ଜଣ  ଶ୍ରମିକ କୋଣାର୍କର ଆଖପାଖ ପଞ୍ଚାୟତ ଶିମିଳି, ବନାଖଣ୍ଡି  ଆସି କାମ କରୁଥିବା ଦେଖିବାକୁ ମିଳିଛି। ସାରାଦେଶରେ କରୋନା ମହାମାରୀରୁ ରକ୍ଷା ପାଇଁ ସରକାର ରାଜ୍ୟରୁ ବା ଜିଲ୍ଲାରୁ କୈଣସି ବ୍ୟକ୍ତି ଆସିବା ମନା କରିଥିବା ବେଳେ କିପରି କଲିକତାରୁ ୧୮ ଜଣ ଶ୍ରମିକ ଆସିଲେ ତାହା ପ୍ରଶ୍ନ ଉଠିଛି। ଏ ନେଇ ଆମେ କଲିକତାରୁ ୧୮ ଜଣ ଦାଦନ ଶ୍ରମିକକୁ ପଚାରିଲା ପରେ ସେ କୁହନ୍ତି ଆମଙ୍କୁ କୋଣାର୍କ ଅଞ୍ଚଳରର ଜଣେ ବ୍ୟକ୍ତି ଫୋନ  କରି ଡାକିଛନ୍ତି।  
 ସାରା ରାଜ୍ୟ ସଟଡାଉନ ଚାଲିଥିବା ବେଳେ କଲିକତା ରୁ କିପରି ଆସିଲେ ୧୮ ଜଣ ଶ୍ରମିକ ଶିମିଳି ସରପଞ୍ଚ ଓ ଗୋପ ବିଡ଼ିଓ ଯାଣି କଣ ପାଇଁ ନିରବ ??
ଏପରୀ ପ୍ରଶ୍ନ ଶିମିଳି ସରପଞ୍ଚ ଓ ଗୋପ ବିଡିଓଙ୍କୁ ପଚାରିଲା ପରେ ସେ ନିଜ ଦୋଷକୁ ଲୁଚାଇବାକୁ ଲାଗିଛନ୍ତି।  ତୁରନ୍ତ ପୁରୀ ଜିଲ୍ଲାପାଳ ଓ ପୁରୀ  ଏସପି  କଲିକତା ଦାଦନ ଶ୍ରମିକଙ୍କୁ ଆଣିବାରେ କାହାର ହାତ ଅଛି ।କଣ ପାଇଁ ଗୋପ ବିଡ଼ିଓ ଯାଣି ନିରବ ଶିମିଳି ସରପଞ୍ଚ କାହିଁକି ଯାଣି ସେମାନଙ୍କୁ ରଖିଛନ୍ତି।ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ନେବା ସହ ତାଙ୍କ ରାଜ୍ୟକୁ ପଠାଇବା ପାଇଁ ସାଧାରଣରେ ଦାବି ଯୋର ଧରିଛି। ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts