ads

Breaking News

ଚାଇଲଡ଼ ଲାଇନ ପକ୍ଷରୁ ଚଢ଼ାଉ :ପୁଣି ବନ୍ଦ ହେଲା ନାବାଳିକା ବିବାହ


ଓଡ଼ଗାଁ/କୁରାଳ- ଓଡ଼ଗାଁ ଅଞ୍ଚଳରେ  ଏକ ବ୍ୟାଧିରୂପେ ପରିଗଣିତ ହେଉଥିବା ବାଲ୍ୟବିବାହ  ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଥିବାବେଳେ ଏଥିରେ ରୋକ ଲାଗିପାରୁନାହିଁ ।
ଓଡ଼ଗାଁ ଏନଏସି ଅନ୍ତର୍ଗତ ଖେଳପଡ଼ିଆ ସାହିର ସାବାଳକ ପ୍ରକାଶ ପରିଡାଙ୍କ  ସହିତ ଜଣେ ନାବାଳିକାର ବିବାହ ପ୍ରସ୍ତୁତି ଚାଲିଥିବା ସମୟରେ ଚାଇଲଡ଼ ଲାଇନ ଏବଂ ପ୍ରଶାସନ ତରଫରୁ ମିଳିତ ଚଢାଉ କରାଯାଇ ବାଲ୍ୟ ବିବାହକୁ ବନ୍ଦ କରାଯାଇଅଛି । ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସାବାଳକର ପରିବାର ବିବାହ ବନ୍ଦ କରିବାକୁ ପ୍ରତିଶୃତି ଦେବା ସହ ଏକ ଚୁକ୍ତିପତ୍ର ମଧ୍ୟ କରିଛନ୍ତି ।ଓଡ଼ଗାଁ ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଲହଡିମାଳା ପ୍ରଧାନଙ୍କ ନେତୃତ୍ୱରେ ଚାଇଲଡ଼ ଲାଇନ ସଦସ୍ୟ ସଞ୍ଜୟ କୁମାର ସାହୁ, ସ୍ୱର୍ଣ୍ଣଲତା ଜେନା ,ସୁପର ଭାଇଜର ପ୍ରଭାସିନୀ ମିଶ୍ର ,ମଞ୍ଜୁଲତା ସାହୁ ଏହି ଚଢ଼ାଉରେ ସାମିଲ ଥିଲେ ।ଓଡ଼ଗାଁ ଆଦର୍ଶ ଥାନା ଏ.ଏସ.ଆଇ  ଯୁଗଳ କିଶୋର ନାୟକ ଏହି ନାବାଳିକା ବିବାହ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts