ads

Breaking News

ପ୍ରଶାସନ ଶୁଣିଲାନି ରାସ୍ତା ମରାମତି କଲେ ଯୁବକ ମାନେ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅଧିନସ୍ଥ କୋଠବାଡ ପଞ୍ଚାୟତ ଗୁଆଚୈାକା ମୁସଲମାନ ସାହି ରାସ୍ତା ଦିର୍ଘଦିନ ହେବ ଖାଲଖମା ହୋଇ ପଡି ରହିଥିଲା । ସାମାନ୍ୟ ବର୍ଷାହେଲେ ରାସ୍ତା ଉପରେ ପାଣି  ଜମା ହେଉଥିଲା । ଯାହାଫଳରେ କି ଗ୍ରାମରେ ଲୋକମାନଙ୍କର ଯାତାୟତରେ ବହୁ  ଅସୁବିଧା ହେଉଥିଲା । ବ୍ଲକ ପ୍ରଶାସନକୁ ବାରମ୍ବାର ଗ୍ରାମର ରାସ୍ଥା ନିର୍ମାଣ ସମ୍ପର୍କରେ ଅଭିଯୋଗ କଲେ ବି କୈାଣସି ସୁଫଳ ମିଳୁନଥିବା ଗ୍ରାମର ଯୁବକ ମାନେ କହିଛନ୍ତି । ଗ୍ରାମବାସୀଙ୍କ ଯାତାୟତ ସୁବିଧା ପାଇଁ  ପ୍ରଶାସନ କିଛି ନଶୁଣିବାରୁ ମହମ୍ମଦ ଇରଫାଦ,ହାକିମ୍ ମହମ୍ମଦ,ନିଶାର ଅଲ୍ଲିସା,ଅବୁ ମହମ୍ମଦ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଏହି ରାସ୍ତାରେ ମୋରମ ପକାଯାଇ ଖାଲଖମା ମରାମତି କାର୍ଯ୍ୟ କରଯାଇଛି ।ଯାହାକି ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ପାଲିଟିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts