ads

Breaking News

ଜନ୍ମ ମାଟିରେ ଯବାନଙ୍କ ଶେଷକୃତ୍ୟ ସଂପନ୍ନ




  ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅମଳିପାଲି ଗଡ଼ତୀୟା ଟିକ୍ରାର ସୀମା ସୁରକ୍ଷା  ବାହିନୀ (ବିଏସଏଫ)ର ଜମ୍ମୁ ରାଜ୍ୟରେ ଜେନେରାଲ ଡ୍ୟୁଟି ସୈନିକ ଭାବେ କାମ କରୁଥିବା ଯଦୁମଣି ଭୁଏ (୩୧)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।  ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବାହୁନି କାନ୍ଦୁଛନ୍ତି ଗାଁ ମାଁ। ସ୍ବର୍ଗତ ବୈଶାକୁ ଭୁଏ ଙ୍କ ସାନପୁଅ ଯଦୁମଣି ଦୀର୍ଘ ୪ବର୍ଷହେବ ବିଏସଏଫ ଯୋଗଦେଇ ଜମ୍ମୁରେ କାର୍ଯ୍ୟରତ ଥିଲେ।କିଛି ଦିନ ପୂର୍ବରୁ ସେଠିକାର ଆର୍ମି ଡାକ୍ତରଖାନା ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ପାର୍ଥିବ ଶରୀରକୁ  ଜନ୍ମମାଟି ଅମଳିପାଲିକୁ ଅଣାଯାଇ ସରକାରୀ ନିୟମ ଅନୁଯାୟୀ ବିଧିବଦ୍ଧ ଭାବେ ସହିଦ ଜବାନ ଅମର ଆତ୍ମାର ସଦଗତି ନୀମନ୍ତେ ଶେଷକୃତ   ସମ୍ପନ୍ନ ହୋଇଯାଇଛି।ଏଥିରେ ବିଭିନ୍ନ ରାଜନୈତିକ ଦଳବଳ ନିର୍ବିଶେଷ ତଥା ଆଖପାଖ ଅଞ୍ଚଳର ଲୋକେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ

ads

Blog Archive

Popular Posts