ads

Breaking News

ସହର ସୌନ୍ଦର୍ଯ୍ୟରୁ ବାଦ ପଡିଲେ ସ୍ଥାନୀୟ କଳାକାର ଗୁରୁବାରୀ ମିର୍ଧା ଓ ବିଶାଖା ରଣା


ବରଗଡ---ବରଗଡ଼ ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି।  ଚଳିବା ମୁସ୍କିଲ ହୋଇ ପଡିଥିବା ବେଳେ କରୋନା କଟକଣା ଏବେ ଦାଉ ସାଜିଛି ବୋଲି ଲୋକମାନେ କହନ୍ତି । ଏହି କଟକଣାରୁ ଚିତ୍ରକର ମାନେ ମଧ୍ୟ ବାଦ ପଡିନାହାନ୍ତି। ଏନେଇ ସରକାର  ଏକ ଅଭିନବ ପ୍ରୟାସରେ ଚିତ୍ରକର ମାନଙ୍କୁ କାମ ଦେବା ପାଇଁ ନିଷ୍ପତ୍ତି ନେଇ ସହରାଞ୍ଚଳରେ ଥିବା ସ୍କୁଲ କଲେଜ,ଅନୁଷ୍ଠାନ ମାନଙ୍କ କାନ୍ଥ ବାଡରେ ସ୍ଥାନୀୟ ଅଞ୍ଚଳର କଲା ସଂସ୍କୃତି ତଥା ନିପୁଣ ଖ୍ୟାତି ଅର୍ଜ୍ଜନ କରିଥିବା କଳାକାର ମାନଙ୍କ ଫଟୋ ଚିତ୍ର ଗୁଡିକୁ ଆଙ୍କି ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଛାତ୍ରଛାତ୍ରୀ ତଥା ଲୋକଙ୍କ ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ।  ଚିତ୍ରକର ମାନେ ଚିତ୍ର ଆଙ୍କୁଛନ୍ତି।ଏହି ଗୁରୁ ଦାଇତ୍ୱ ଅତାବିରା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ରହିଛି ।   ଦେଶ ବିଦେଶରେ ସୁନାମ ଅର୍ଜନ କରି ଲରମ୍ଭାର କୁଡାପଡାର ଡାଲଖାଇ ନୃତ୍ୟରେ ଗୁରୁବାରୀ ମିର୍ଧା ଓ ନିଜର ସଞ୍ଚାର ବାଦ୍ୟରେ ଦିଲ୍ଲୀରୁ ଜାପାନ ପର୍ଯ୍ୟନ୍ତ ନିପୁଣ ପାରଦର୍ଶିତା ଲାଭ କରି ଗୌରବ ଅର୍ଜନ କରିଥିବା ଜହ୍ନାପଡା ଗାଁ ବନ୍ଦପଡା ର ବିଶାଖା ରଣା ବାଦ ପଡିଛନ୍ତି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି ।ଏପରି ସ୍ଥାନୀୟ କଳାକାର ସ୍ଥାନ ନ ପାଇ ଅଞ୍ଚଳର କଳାକୃତି ଓ କଳାକାର ମାନଙ୍କ ପ୍ରତି ଅଣଦେଖା କରାଯାଉଛି ବୋଲି କଳାକାର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।  ଅଞ୍ଚଳ ବାହାର କଳାକୃତ୍ତି ତଥା କଳାକାର ମାନଙ୍କ ଫଟୋ ଚିତ୍ର ସ୍ଥାନ ପାଉଛି।ଯଦ୍ୱାରା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive

Popular Posts