ads

Breaking News

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାସ୍ତା ମଝିରେ ମହିଳାଙ୍କୁ ନିସ୍ତୁକ ମାଡ଼



  ଜଗତସିଂହପୁର-----ପ୍ରଥମେ ଘର ପୋଡ଼ିଦେବା ଘଟଣାରେ ପୋଲିସ କୌଣସି ଆସାମୀକୁ ଗିରଫ କରିନଥିବା ବେଳେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଘଟଣାରେ ପ୍ରଶାସନ ସାଜିଛି ନିରବଦଷ୍ଟା ସାଜିଛି ।ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅଧିନ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରୁ । ସୂଚନା ମୁତାବକ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗତ ବୁଧବାର ଦିନ ସନ୍ଧ୍ୟା ସମୟରେ ରତ୍ନାକର ସ୍ବାଇଁଙ୍କ ଘରେ ନିଜ ଭାଇ ଓ ପୁତୁରା ମାନେ ନିଆଁ ଲଗାଇ ଦେଇଥିଲେ ।   ଗତ କାଲି ରତ୍ନାକରଙ୍କ ୨୨ ବର୍ଷୀୟ ଝିଅ ଶୁଭଶ୍ରୀଙ୍କୁ ଗାଣ୍ଡୁଆ,ଗଦିଆ ଓ ପିଣ୍ଟୁଆ ସ୍ବାଇଁଙ୍କ ସମେତ ଅନ୍ୟ ମାନେ ମିଶି ମାଡ଼ ମାରିଥିବା ଥାନା ରେ ଅଭିଯୋଗ ହୋଇଛି ।  ଲାଟିନ,ଟିଉବଲ, ଓ ବାଡ଼ିରେ ଥିବା ସମସ୍ତ ଗଛପତ୍ର ହାଣୀ ଦେଇଛନ୍ତି ।   ଅଭୟଚାନ୍ଦ ପୁର ପୋଲିସ ଆସାମୀ ମାନଙ୍କୁ ଗିରଫ ନ କରି ରତ୍ନାକରଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତେବେ ଗୋଟିଏ ପଟେ ରାଜ୍ୟ ସରକାର ନାରୀମାନକୁ ସ୍ନମ୍ମାନ ଦେଉଥିବା ବେଳେ ଏଠି ନାରୀ ନିର୍ଯ୍ୟାତନାର ଶିକାର ହେଉଛି ହେଲେ ପୋଲିସ ପ୍ରଶାସନ ନିରବଦଷ୍ଟା ସାଝିଛି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଲୋକମାନେ କହନ୍ତି । ଅନ୍ୟ ପଟେ ରତ୍ନାକରଙ୍କ ପରିବାର ପକ୍ଷରୁ ପତ୍ନୀ ଲତିକା ଓ ଝିଅ ଶୁଭଶ୍ରୀ କହିଛନ୍ତି ଯଦି ଆମକୁ ନ୍ୟାୟ ଓ ଆସାମୀ ମାନଙ୍କୁ ଅଭୟଚାନ୍ଦ ପୁର ପୋଲିସ ଗିରଫ ନକରେ ତାହାଲେ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ଜଗତସିଂହପୁରରୁ ପ୍ରଳୟ ମହାପାତ୍ର 

ads

Blog Archive

Popular Posts