ads

Breaking News

କରୋନାକୁ ନେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ଅତାବିରା ପ୍ରଶାସନ




   ବରଗଡ଼----  କରୋନା ମହାମାରୀ ପାଇଁ ଚାରିଆଡେ ଲୋକଙ୍କ ମନରେ ଭୟର ଆତଙ୍କ ଖେଳି ଯାଇଥିବାବେଳେ ସରକାର ଲକଡାଉନ,ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ୍ ଭଳି ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନେକ ଦାୟିତ୍ୱବାନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ହେଲେ କେତେକ ବରଗଡ଼ ଜିଲ୍ଲାର ଅତାବିରା ବ୍ଲକର ଦାୟିତ୍ୱହୀନ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ କରୋନା ବୃଦ୍ଧି ପାଉଛି ବୋଲି ଲୋକେ କହନ୍ତି। ଯାହା ଦେଖିବାକୁ ମିଳିଛି ଭାଲୁପାଲି ଫାର୍ମ କେନାଲ ପଡାରେ ଜଣେ ପଜିଟିବ ଚିହ୍ନଟ ହୋଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ହେଲେ କଣ୍ଟେନମେଣ୍ଟ ଜୋନ୍ ନ ଉଠୁଣୁ ସେମାନଙ୍କୁ ଚାଉଳ ନେବା ପାଇଁ ଫୋନ ମାଧ୍ୟମରେ ବୈମାନଟିକ୍ରା ସ୍କୁଲ ଡାକି ଚାଉଳ ଦେବା ଘଟଣା ଅଞ୍ଚଳକୁ ଭୟଭୀତ କରିଛି। ଯାହାକି କଣ୍ଟେନମେଣ୍ଟ ଜୋନ୍ ଲୋକଙ୍କୁ ତାଙ୍କ ଅଞ୍ଚଳରେ ଚାଉଳ ଯୋଗାଇବାର ନିୟମ ରହିଥିଲେ ହେଁ କେମିତି ଭାବରେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ମାନେ ଅନ୍ୟ ୱାର୍ଡ ତଥା ୫,୬,୭,୮ନଂ ୱାର୍ଡ ହିତାଧିକାରୀ ମାନଙ୍କ ସହିତ ମିଶାଇ,ସାମାଜିକ ଦୂରତାକୁ ଉଲଂଘନ କରି କରୋନା ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି ବୋଲି ଲୋକମାନେ କହନ୍ତି ।ସରକାରୀ ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁମାନେ।ବୋଧେ ଏମାନେ ହିଁ କରୋନାକୁ ଆମନ୍ତ୍ରଣ କରି ନିରୀହ ଗରିବ ଖଟିଖିଆଙ୍କୁ ଭୟଭୀତ କରି ହଇରାଣ କରୁଛନ୍ତି ବୋଲି ଲୋକେ କହୁଛନ୍ତି।ଏନେଇ ଆମେ ଚାଉଳ ବଣ୍ଟନ ଦାୟିତ୍ୱରେ କର୍ମଚାରୀ ମାନଙ୍କୁ ପଚାରିବାରୁ ଆମକୁ ଯୋଗାଣ ଅଧିକାରୀ ବିଶ୍ୱରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆମେ ଦେଉଛୁ ବୋଲି କହିଥିଲେ।ତେବେ ଦେଖାଯାଉ ଏପରି ଦାୟିତ୍ୱହୀନ ଅଧିକାରୀ ମାନଙ୍କ ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ନାଁ ଏମାନଙ୍କ ପାଇଁ କରୋନା ବୃଦ୍ଧିକୁ ନେଇ ପୁରସ୍କାର ଘୋଷଣା କରୁଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

ads

Blog Archive

Popular Posts