ads

Breaking News

ସକାଳେ ନାକାବନ୍ଦୀ ;ଉପରବେଳା ଖୋଲା


ଓଡ଼ଗାଁ/କୁରାଳ-ସକାଳେ ନାକାବନ୍ଦୀ ;ଉପରବେଳା ଖୋଲା । ଆଜ୍ଞା ହଁ କଥାଟି କାନକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ। ଓଡ଼ଗାଁ ଏନ.ଏସି ଅଞ୍ଚଳରେ ବଢୁଥିବା ବାହ୍ୟ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ  ୩ଟି ୱାର୍ଡରେ କଣ୍ଟେନମେଣ୍ଟ  ଜାରି କରିଥିଲେ । ମାତ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଏନ.ଏସି ପ୍ରଶାସନ ଜନସାଧାରଣଙ୍କର ବିରୋଧର ଶିକାର ହୋଇଥିଲେ ।ବହୁ ବାଦ ବିବାଦ ପରେ ସ୍ଥାନୀୟ ଓଡ଼ଗାଁ ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ଓଡ଼ଗାଁ ଆଦର୍ଶ ଥାନା ଆଇ.ଆଇ.ସି ପ୍ରଜ୍ଞାପାରମିତା ଜେନାଙ୍କ ହସ୍ତକ୍ଷେପ ପରେ ୩ଟି ୱାର୍ଡର ୯ଟି ସ୍ଥାନରେ ନାକାବନ୍ଦୀ ମଧ୍ୟ କରାଯାଇଥିଲା ।କିନ୍ତୁ ନାକାବନ୍ଦୀର ଦିନକ ପରେ ଅଧିକାଂଶ ସ୍ଥାନରେ ନାକାବନ୍ଦୀ ନିମିତ୍ତ ତିଆରି ହୋଇଥିବା ବାଉଁଶବାଡ଼ ଭଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା ।ଖବର ପାଇ ଘଟଣାସ୍ଥଳରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର,ବିଡ଼ିଓ ସ୍ଵାତିଲେଖା ଦାସ ,ଆଦର୍ଶ ଥାନା ଅଧିକାରିଣୀ ପ୍ରଜ୍ଞାପାରମିତା ଜେନା ,ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ,ଏନ.ଏସି ନୋଡାଲ ଅଫିସର ସୁବ୍ରତ କୁମାର ମହାପାତ୍ର,ବିଜୁ ଯୁବବାହିନୀ ସଂଯୋଜକ ବିଶ୍ୱରଂଜନ ସାହୁ ଲୋକଙ୍କୁ ବୁଝାସୁଝା କରିବା ସହ ପୁନର୍ବାର ବାଉଁଶ ବାଡ଼ ଦେଇଥିଲେ ।
ବିଶେଷସୂତ୍ରରୁ ଖବର ଅନୁଯାୟୀ ପୁଣି ଆଜି ୩ଟି ସ୍ଥାନରେ ବାଡ଼ ଭଗ୍ନ ଅବସ୍ଥାରେ ପଡିଥିବା ପରିଲକ୍ଷିତ ହୋଇଅଛି । ପ୍ରଶାସନ ତରଫରୁ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା କିଛି ଅମାନିଆଙ୍କ ଯୋଗୁଁ ଭବିଷ୍ୟତରେ ସମସ୍ତେ ଏହାର ଶିକାର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts