ads

Breaking News

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ --୧୯_ପରିସ୍ଥିତି ସମୀକ୍ଷା


ପୁରୀ--  କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବାସହ କରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଖାଦ୍ୟ ମାନ ଉପରେ ଗୁରୁତ୍ବ ଦେବାକୁ କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି,କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟର,କୋଭିଡ କେୟାର ହୋମ, ଗ୍ରାମ୍ୟ ସ୍ତରୀୟ କରୋନା ପରିଚାଳନା କମିଟି ଗଠନ ସଂପର୍କରେ ଜଣାଇଥିଲେ । ସେହିଭଳି ଜିଲ୍ଲାର ସହରାଞ୍ଚଳ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ କରୋନା କେୟାର ମନିଟର ଭାବେ ସ୍ବେଚ୍ଛାସେବୀ ମୁତୟନ, କରୋନା ଟେଷ୍ଟିଂ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାସ, ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts