ads

Breaking News

ଅତାବିରା ଏନଏସି ର ଦୁଇ ନମ୍ବର ୱାର୍ଡ ସିଲ ହେଲାମୀନାର ବନ୍ଧ ପଡା






 ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଗୋଟେ ପରେ ଗୋଟେ ୱାର୍ଡରେ କରୋନା ପଜେଟିବ ଚିହ୍ନଟ ହୋଉଛି ।  ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଉଛି। ଯାହା ବିଗତ ଦିନରୁ ୱାର୍ଡ ନଂ ୭,ୱାର୍ଡ ନଂ୩ କୁ ରେ  ପଜେଟିବ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।ଏବେ ପୁଣି ଅତାବିରା ଏନଏସିର ଭିନ୍ନ ଭିନ୍ନ ଅଞ୍ଚଳ ତଥା ଦୁଇଟି ସ୍ଥାନରେ ୩ଜଣ ଆକ୍ରାନ୍ତ ହୋଇ ପଜେଟିବ ଚିହ୍ନଟ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଯାହା ୱାର୍ଡ ନଂ ୨ ମୀନାର ବନ୍ଧ ପଡ଼ାକୁ  ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତି ରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।  ଅଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି।ହେଲେ ଅନ୍ୟ ଜଣେ କେଉଁ ୱାର୍ଡର ଓ ସେଇ ଅଞ୍ଚଳକୁ କିଭଳି ଭାବେ କଣ୍ଟେନମେଣ୍ଟ କରାଯାଉ ନାହିଁ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି।ଯଦ୍ୱାରା ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ପାଇଁ ଏହି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି ନାଁ ଜାଣିଶୁଣି ଏଭଳି କରାଯାଉଛି ବୋଲି ଲୋକମାନେ କହନ୍ତି ।ଏଥି- ରେ ଅତାବିରା ବ୍ଲକ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ତହସିଲଦାର ହୃଦାନନ୍ଦ ଅଡ୍ଡା,ପୋଲିସ ପ୍ରଶାସନ ଏସ୍ ଆଇ ହେମ୍ବ୍ରମ ସଦଲବଳେ ଉପସ୍ଥିତ ରହିଥିବା ବେଳେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ତପସ୍ୱିନୀ ଗୁରୁ ସଦଳବଳେ ଆସି ଅଞ୍ଚଳକୁ ସିଲ କରିଥିଲେ।ଏହି ପଡ଼ାରେ ଅନେକ ବିପିଏଲ ତଥା ଦିନ ମଜୁରିଆ ପରିବାର ବସବାସ କରୁଥିବାବେଳେ ବିଭିନ୍ନ ଅସୁବିଧା ମାନ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଯଥା ସମ୍ଭବ ସମାଧାନ କରିବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି।ତେବେ ଦେଖାଯାଉ ଏନଏସି କତୃପକ୍ଷ ଲୋକଙ୍କୁ ଦେଇଥିବା ପ୍ରତିଶୃତି କେତେ କାମରେ ଆସୁଛି।


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

ads

Blog Archive

Popular Posts