ads

Breaking News

ଭିନ୍ନକ୍ଷମ ଝିଅକୁ ଭେଟିଲେ ତହସିଲଦାର

ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅଧିନସ୍ଥ କୋଠବାଡ ପଞ୍ଚାୟତ କରଣିବସ୍ତ ଢିହସାହି ଗ୍ରାମର ମୁଳି ବେହେରାଙ୍କ ସାନଝିଅ ମିନତୀ ବେହେରା(୧୫) ଜନ୍ମରୁ ଭିନ୍ନକ୍ଷମ । ଏବଂ  ଫୁସ୍ ଫୁସ୍ ରୋଗରେ ପିଡିତ ହୋଇ ଘରେ ପଡି ରହିଛନ୍ତି । ମିନତୀଙ୍କ ଚିକିତ୍ସା ଅର୍ଥଭାବରୁ ହୋଇ ପାରୁନଥିବା ନେଇ ଖବର  ୨୬ ତାରିଖରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ମୁଳି ବେହେରାଙ୍କ ବାସ ଭବନରେ ପହଞ୍ଚି ଝିଅର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ତତ୍ ସହିତ ସରକାରୀ ସାହାର୍ଯ୍ୟ ଯୋଗାଦେବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ତହସିଲ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପରିବାର ଲୋକଙ୍କୁ ଜଣାଇଛନ୍ତି ।  ଖବର ପ୍ରକାଶିତ ହେବା ପରେ  ଡେଲାଙ୍ଗ ଟୁଇଟର କ୍ଲବ ସହଯୋଗରେ ଡେଲାଙ୍ଗ ର ସାମାଜିକ ସଂଗଠନ ଏମ୍‌ଜେ ସ୍ମାଇଲି ର ମୁଖ୍ୟ ଶିକ୍ଷକ ମନୋରଞ୍ଜନ ଜେନା ଡେଲାଙ୍ଗ ଟୁଇଟର କ୍ଲବ ସମ୍ପାଦକ ବିଶ୍ୱଜିତ ପାଢୀ ପ୍ରମୂଖ ପହଞ୍ଚି  ଝିଅକୁ ଭେଟି ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଷୟରେ ବାପା ମା କୁ ପଚାରି ବୁଝିବା ସହିତ ମେଡିକାଲ ଖର୍ଚ୍ଚ ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି । ଏହି ପରିବାରର ଆର୍ଥିକ ଅବସ୍ଥା ଭଲନଥିବାରୁ ଭିନ୍ନକ୍ଷମ  ଓ ଫୁସଫୁସ ରୋଗରେ ପିଡିତ ଝିଅକୁ ଭଲ କରିବା ବାପା ମାଙ୍କ ପକ୍ଷେ କଷ୍ଟକର । ସେଥିପାଇଁ ଏହି ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ଆଗେଇ ଆସିବା ପାଇଁ ସେମାନେ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts