ads

Breaking News

ବୋମା ଓ ବନ୍ଧୁକ ଜବତ ଘଟଣାରେ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଡେଲାଙ୍ଗ ----- ସାମାନ୍ୟ ଟିକେ ଟିକେ କଥାରେ ବୋମା ଓ ଗୁଳି ଫୁଟି ଥାଏ ସେ ହେଉଛି ଡେଲାଙ୍ଗ । କିଛି ଦିନ ଶାନ୍ତ ପରେ ଏବେ ବୋମା ଓ ବନ୍ଧୁକ ନେଇ ରାତିରେ ଘରେ ପଶି ଆକ୍ରମଣ କରିବା ପାଇଁ ଉଦ୍ଦ୍ୟମ କରିବା ଅଭିଯୋଗରେ  ଦୁଇ ଜଣଙ୍କୁ ଡେଲାଙ୍ଗ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।  ସୁଚନା ମୁତାବକ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅଧିନସ୍ଥ ରେଙ୍ଗଳ ପଞ୍ଚାୟତ ଝାରପଡା ଗ୍ରାମରେ ପୁର୍ବ ଶତୃତାକୁ ନେଇ ସତ୍ୟଭାମା ସାହୁ ଙ୍କ  ଘରେ ରାତିରେ ପଶି ଆକ୍ରମଣ କରିବା ଘଟଣାରେ ଦୁଇ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସ ଜିମା ଦେଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଡେଲାଙ୍ଗ ପୁଲିସ ସେମାନଙ୍କ ଠାରୁ ଅଫୁଟା ବୋମା ସହିତ ବନ୍ଧୁକ ଜବତ କରିଥିଲା । ସତ୍ୟଭାମା ସାହୁ ଙ୍କ ଲିଖିତ ଅଭିଯୋଗକ୍ରମେ ଡେଲାଙ୍ଗ ଥାନା କେଶ ନମ୍ବର ୧୦୩/୨୦ ଏକ ମାମାଲା ରୁଜୁ କରିଥିଲେ । ସୁବ୍ରତ ପଲାଇ (୨୨) ଘର ଜଗଦଳପୁର ଡେଲାଙ୍ଗା ଥାନା ହୋଇଥିବା ବେଳେ ପଞ୍ଚାନନ ପରିଡା (୪୪)ଗ୍ରାମ  ଓଡିଆ ଆଳପୁର ଥାନା ଖଲିକୋଟ ଜିଲ୍ଲା ଗଞ୍ଜାମ ହୋଇଥିବା ବେଳେ ଜଟଣୀଥାନା ହରିଭାଇନା ଛକରେ ଦିର୍ଘଦିନ ହେବ ରହିଆସୁଥିଲେ । ଏମାନଙ୍କୁ ବିରୋଧରେ ୪୫୨/୩୪୧/୩୨୩/୫୦୬/୩୪ ଆପିସି/ସେକ୍ସେସନ ୩ ସହିତ ଇଏସ ଆକ୍ଟରେ/ସେକ୍ସେସନ ୨୫ ଆର୍ମସ ଆକ୍ଟରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଠାରୁ ସୁଚନା ମିଳିଛି । ତେବେ ଅନ୍ୟତମ ଫେରାର ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts