ads

Breaking News

ଡାହାଣ ଗ୍ରାମରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ହୋମିଓପାଥି ମେଡିସିନ ବଣ୍ଟନ

 ସାକ୍ଷୀଗୋପାଳ ------ ରାଜ୍ୟରେ କରୋନା ଭୂତାଣୁ ମାଡି ଚାଲିଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ  ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅର୍ଶେର୍ନିକ ଆଲବମ ହୋମିଓପାଥି ଔଷଧ ବିଭିନ୍ନ ଗ୍ରାମ ମାନଙ୍କରେ ବିତରଣ କରାଯାଇଛି ।ଏହି ଅବସରରେ ମଧୁବନ ଗ୍ରାମ ପଞ୍ଚାୟତର ଡାହାଣ ଗ୍ରାମରେ ଔଷଧ ଓ ମାସ୍ପ ବିତରଣ କରାଯାଇଥିଲା । ଗ୍ରାମବାସୀଙ୍କୁ କରୋନା ଭାଇରସ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ବିତରଣ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ, ଉପସଭାପତି ନିହାର ରଞ୍ଜନ ସ୍ୱାଇଁ, ଅର୍ଥ ସଚ୍ଚିବ ନବଘନ ଶନପଥୀଙ୍କ ସହ ବିଜୟ କୁମାର ପରିଡା, ଲକ୍ଷ୍ମୀ ନାରାୟଣ ସ୍ୱାଇଁ, ଦୁଖିରାମ ମଲିକ ସହଯୋଗ କରିଥିଲେ ।  ଗ୍ରାମର ସ୍ୱେଚ୍ଛାସେବୀ ଶିବସୁନ୍ଦର ସ୍ୱାଇଁ, ହରିହର ସ୍ୱାଇଁ, ମାଧବ ଚନ୍ଦ୍ର ସ୍ୱାଇଁ ଓ ସ୍ୱାଧୀନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts