ads

Breaking News

ଅହେତୁକ ତୈଳଦର ବୃଦ୍ଧିକୁ ନେଇ ବରଗଡ଼ ଯୁବ କଂଗ୍ରେସ ଦାବିପତ୍ର ସହ ଚେତାବନୀ.




   ବରଗଡ଼ ---- ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ  ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସୁଲଭ ମୂଲ୍ୟରେ ଯଦି ଜନସାଧାରଣଙ୍କୁ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆ ନ ଯିବ ତେବେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।ବର୍ତ୍ତମାନ କରୋନା ମହାମାରୀ ସମୟରେ  କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ସାରା ରାଜ୍ୟରେ ଆର୍ଥିକ ଅନାଟନ ଦେଖା ଦେଇଛି ।  ତୈଳ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡିଛି।ଯାହାକି ତୈଳଦର ବୃଦ୍ଧି ପାଇଁ ପରିବହନ ଉପରେ ମାଡ଼ ପଡିବା ସହ ସବୁ ଜିନିଷର ଦରଦାମ ବୃଦ୍ଧି ପାଇ ଲୋକଙ୍କ ନିଦ ହଜିଯାଇଛି।ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କୁହାଯାଇଛି ।ଏଥିରେ ଅନନ୍ତ ପାଢ଼ୀ, ରବିନ ଦାଶ, ଆନନ୍ଦ ପ୍ରଧାନ,ପିଙ୍କି ସାହୁ,ନିଲିମା ଅଗ୍ରୱାଲ, ସୁରେଶ ମହାନନ୍ଦ,ବିକାଶ ତ୍ରିପାଠୀ ପ୍ରମୁଖ ତଥା ଯୁବ କଂଗ୍ରେସର ବହୁ ସକ୍ରିୟ କର୍ମୀ ଉପସ୍ଥିତ ରହିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts