ads

Breaking News

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

 ବେଗୁନିଆ ― ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମର ଜଣେ ମହିଳାଙ୍କୁ ସୋମବାର ରାତିରେ ସାପ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ବରଣ ହୋଇଛି ।ମଙ୍ଗଳବାର ଦିନ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସୂଚନାରୁ ପ୍ରକାଶ ଯେ ମାଧବ ଚନ୍ଦ୍ର ରଣସିଂହଙ୍କ ଧର୍ମପତ୍ନୀ ସଞ୍ଜୁଲତା ରଣସିଂହଙ୍କ (୪୫) ରାତିରେ କୌଣସି ଏକ କାମରେ ବାଡ଼ି ପଟକୁ ଯାଇଥିବା ସମୟରେ ଅକସ୍ମାତ ଭାବେ ଏକ ବିଷଧର ସାପ କାମୁଡି ଦେଇଥିଲା ।ଫଳରେ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସ୍ୱାମୀ ଜଣେ ଦିନ ମଜୁରୀ କରି ନିଜର ପ୍ରତିପୋଷଣ କରିଥବା ବେଳେ ତାଙ୍କର ତିନୋଟି ଅବିବାହିତ ଝିଅ ଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି । 
ବେଗୁନିଆ ରୁ ଯୋଗୋଶ୍ବର ପଣ୍ଡା

ads

Blog Archive

Popular Posts