ads

Breaking News

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବେଗୁନିଆ― ବେଗୁନିଆ ଜାନକୀ ବଲ୍ଲଭ ସ୍ମୃତି ସଂସଦ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ମହାମହିମ ରାଜ୍ୟପାଳ ,ସାରସ୍ୱତ ସାଧକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧଵାର୍ଷିକ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ସ୍ଥାନୀୟ ଆଦର୍ଶ କ୍ଲବ ସଭା ଗୃହରେ ଆୟୋଜିତ  କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାଶ ବେଦପାଠ କରିଥିଲେ । କୋଭିଡ–୧୯ରନୀତି ନିୟମକୁ ପାଳନ କରାଯାଇ ନିରାଡ଼ମ୍ବର ଭାବରେ ସ୍ମୃତି ସଂସଦର ସଭାପତି ନବ କିଶୋର ସ୍ଵାଇଁ ,କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ,ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,କ୍ଲବର ସମ୍ପାଦକ ସୂର‌୍ୟ୍ୟକାନ୍ତ ମହାପାତ୍ର,ସଭ୍ୟ ଓମ ପ୍ରକାଶ ବହୁବଳେନ୍ଦ୍ର,ସୁଜିତ କୁମାର ଗୋଛି,ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ,ସମାଜସେବୀ  ପବିତ୍ର ମୋହନ ବଳିୟାର ସିଂହ,ରାମ ନାରାୟଣ ପାଣିଗ୍ରାହୀ,କାଳନ୍ଦୀ ବଲବନ୍ତରାୟ ଓ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରି ସ୍ମୁତି ଚାରଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

ads

Blog Archive

Popular Posts