ads

Breaking News

ଅଗ୍ନିଶମ ବିଭାଗ ପକ୍ଷରୁ କୋଣାର୍କ ର ବିଭିନ୍ନ ଅଞ୍ଚଳ କୁ ସାନିଟାଇଜ କରାଯାଇଛି


କୋଣାର୍କ---- ଚମ୍ପାହାର ଅଗ୍ନିଶମ ବିଭାଗ ପକ୍ଷରୁ କୋଣାର୍କ ର ବିଭିନ୍ନ ଅଞ୍ଚଳ କୁ ସାନିଟାଇଜ କରାଯାଇଛି 
। ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରୁଥିବା ନେଇ ପ୍ରଶାସନ ପକ୍ଷରୁ ସାନିଟାଇଜି କରାଯାଉଛି । ପୁରୀ ଜିଲା ପ୍ରଶାସନର ନିଦ୍ଦେର୍ଶ କ୍ରମେ କୋଣାର୍କ ଚମ୍ପାହାର ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କେମିକାଲ ସିଞ୍ଚନ କରାଯାଇ ସର୍ବସାଧାରଣ ବ୍ୟବହୃତ ଜାଗା କୁ ସାନିଟାଇଜ କରାଯାଇଛି। ଏହି କ୍ରମରେ କୋଣାର୍କ ର ବିଭିନ୍ନ ସ୍ଥାନ ବସଷ୍ଟାଣ୍ଡ ଠାରୁ ମାଧିପୂର ଛକ ପର୍ଯ୍ୟନ୍ତ କରାଯାଇଛି ।କୋଣାର୍କ  ବଜାର  କୁ ଅନେକ ଲୋକ ଦୈନିକ ନିଜ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କରିବାକୁ  ଆସୁଛନ୍ତି। ଏଣୁ ଏଠାରେ କରୋନା ସଂକ୍ରମଣ  ସମ୍ଭାବନା  ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରେ ରଖି ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଛି।  ଆଗାମୀ ଦିନରେ ମଧ୍ୟ ପର୍ଯ୍ୟାୟ କ୍ରମେ ଅନ୍ୟ ସର୍ବସାଧାରଣ ବ୍ୟବହୃତ ସ୍ଥାନ ସାନିଟାଇଜ ହେବ ବୋଲୀ ଅଗ୍ନିଶମ ବହିନୀ ପକ୍ଷରୁ କୁହାଯାଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts