ads

Breaking News

ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବେ ସ୍ୱତନ୍ତ୍ର ଟିମ

 ପୁରୀ----  ପୁରୀ ଜିଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ଥିବା ବସ୍ତି ବାସିନ୍ଦା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପୌର ପାଳିକା ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ କରାଯିବ। କରୋନା ଭୁତାଣୁ ବ୍ୟାପିଛି ନା ନାହିଁ ସେ ନେଇ ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇ ଛନ୍ତି। ସୂଚନା ଅନୁଯାୟୀ ପୁରୀ ସହର ୬୩ ଟି ବସ୍ତି ର ୨୫ ହଜାର ପରିବାର ର ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଗଠିତ ହୋଇ ଥିବା ସ୍ୱତନ୍ତ୍ର ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବେ। ଏହି ସ୍ୱତନ୍ତ୍ର ଟିମ ରେ ଆଶା କର୍ମୀ , ଏ ଏନ ଏମ , ଅଙ୍ଗନବାଡି କର୍ମଚାରୀ , ମହିଳା ଗ୍ରୁପ ର ମେମ୍ବର , ସ୍କୁଲ ଶିକ୍ଷକ ରହିବେ। ଏମାନେ ପ୍ରତି 5 ଦିନରେ ବସ୍ତି ବାସିନ୍ଦା ଙ୍କ ଘର କୁ ଯାଇ କାହାକୁ ଥଣ୍ଡା କାଶ ହୋଇଛି କି ନାହିଁ ତାହାର ବିବରଣୀ ସଂଗ୍ରହ କରିବେ। ଏଥି ସହିତ ମୋବାଇଲ ନମ୍ବର ମଧ୍ୟ ସଂଗ୍ରହ କରିବେ। ୧୫ଦିନ ଏହି ଅଭିଯାନ ଚାଲିବ। ପ୍ରତି ୫ଦିନରେ ସେ ଘରକୁ ଯାଇ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବେ। ଯେଉଁ ଦିନ ସେମାନେ ନ ଯିବେ ମୋବାଇଲ ମାଧ୍ୟମରେ ସେମାନେ ତଥ୍ୟ ସଂଗ୍ରହ କରିବେ। ଯଦି କାହାର ଥଣ୍ଡା କାଶ ଥାଏ ସେ  ଲୋକ ଙ୍କ କୋଭିଡ ୧୯ ପରୀକ୍ଷା କରାଯିବ। ଏହା ଦ୍ୱାରା କରୋନା ଭୁତାଣୁ ବ୍ୟାପିଛି କି ନାହିଁ ତାହା ଜଣାପଡିବ। ଏ ନେଇ ୧୨୫ଟି ଟିମ ଗଠନ ହୋଇଛି। ତେବେ ଏହି ଟିମ ଘରକୁ ଗଲେ ସହଯୋଗ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଏହି ଅଭିଯାନ ସଫଳ ହେବ। ସେହିପରି ପୁରୀ ବାସିନ୍ଦା ଯେଭଳି ଆଜି ପର୍ଯ୍ୟନ୍ତ କରୋନା ଭୁତାଣୁ କୁ ପୁରୀ ସହରରେ ପ୍ରବେଶ କରେଇ ଦେଇ ନାହାନ୍ତି ସେ ନେଇ ପୁରୀ ସହର ବାସୀ ଙ୍କୁ ମଧ୍ୟ ଧନ୍ୟବାଦ ଦେଇ ଛନ୍ତି ପୁରୀ  ସିଡିଏମଓ ନୀଳକଣ୍ଠ ମିଶ୍ର। 

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts