ads

Breaking News

ରାଜ୍ ମିଡ଼ିଆ ପରିବାର ଏବଂ ରାଜ୍ ଲକ୍ଷ୍ମୀ ଏନଜିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

 
ବରଗଡ଼----କରୋନା ମହାମାରୀ ତାର ଅତି ଭୟଙ୍କର ରୂପରେ କାୟା ବିସ୍ତାର କରି ସାରା ବିଶ୍ୱରେ ରଚିଛି ତାଣ୍ଡବଲୀଳା। ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ମୂଲ୍ୟବାନ ଜୀବନକୁ ଯେଭଳି ମହାମାରୀ ଛୁଇଁ ନପାରିବ ସେଥିପ୍ରତି ବିଭିନ୍ନ ପ୍ରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଦିବା ବାଧ୍ୟତାମୂଳକ କରିଥିବାବେଳେ ଅମାନିଆଁଙ୍କୁ ଦଣ୍ଡିତ କରିବା ପାଇଁ କଡା ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ  ପକ୍ଷରୁ ରହିଛି। ମାସ୍କ ପିନ୍ଦି ନଥିଲେ ଦଣ୍ଡ ସହ ତଣ୍ଡ ମଧ୍ୟ ଗଣିବାକୁ ପଡିଛି।   ସେହିପରି ଆଜି ରାଜ୍ ମିଡ଼ିଆ ପରିବାର ଏବଂ ରାଜ୍ ଲକ୍ଷ୍ମୀ ଏନଜିଓର ମିଳିତ ଆନୁକୂଲ୍ୟରେ ରାଜ୍ ମିଡ଼ିଆର ପଶ୍ଚିମ ଓଡିଶା ବ୍ୟୁରୋ ହେଡ ନବୀନ ଦାଶଙ୍କ ତତ୍ୱାବଧାନରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ଛକରେ ଯିବା ଆସିବା ଲୋକଙ୍କ ହାତ ସାନିଟାଇଜ କରିବା ସହ ବରମ୍ଭାର ହାତ ଧୋଇବା,ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବା,ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଇ ମାସ୍କ ବଣ୍ଟନ କରିଛନ୍ତି।  ସଚେତନତା କାର୍ଯ୍ୟକ୍ରମରେ ସାମିଲ ରହିବା ସହ  ନିଜ ଜୀବନକୁ ଖାତିର ନକରି ପ୍ରାଣପଣେ ଚେଷ୍ଟା ଜାରି ରଖିଥିବା ରାଜସ୍ୱ ବିଭାଗ ତଥା ପୋଲିସ ବିଭାଗ ଅଧିକାରୀ ତଥା କର୍ମଚାରୀ ମାନଙ୍କ ହାତକୁ ସାନିଟାଇଜ କରିବା ଓ ମାସ୍କ,ଜୁସ ଓ ପାଣି ଦିଆଯାଇଥିଲା। ଏଥିରେ ରାଜ୍ ମିଡ଼ିଆର ବରଗଡ଼ବ୍ଲକ ପ୍ରତିନିଧି ବଳରାମ ତ୍ରିପାଠୀ,ବରଗଡ଼ ଟାଉନ ପ୍ରତିନିଧି ସନାତନ ବାରିକ,ଅତାବିରା ଏନଏସି ପ୍ରତିନିଧି ସ୍ୱଦୀପ ଅଗ୍ରୱାଲ,ଭେଡେନବ୍ଲକ ପ୍ରତିନିଧି ଅର୍ଜୁନ ଦାଶ ଯୋଗଦେଇଥିବା ବେଳେ ସମାଜର ରେଙ୍ଗାଲିକେମ୍ପ ପ୍ରତିନିଧି ଆକାଶ ମିଶ୍ର ତଥା ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପ୍ରତିନିଧି ମାନଙ୍କର ସକ୍ରିୟ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts