ads

Breaking News

ପୁରୀରେ ପାକିସ୍ତାନୀ ମଠ


ପୁରୀ----- ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ତାଠୁ ମଠ ପରମ୍ପରା ସେତିକି ପୁରୁଣା । ଆଉ ମଠ, ପରମ୍ପରାକୁ ନେଇ ଖାଲି ପଂଜାବ ଓ ନେପାଳ ନୁହେଁ ପାକିସ୍ତାନର ମଧ୍ୟ ସଂପୃକ୍ତି ରହିଛି । ପୁରୀରେ ଦେଖିବାକୁ ମିଳିଛି ପାକିସ୍ତାନୀ ମଠ । ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଥରେ ପୁରୀକୁ ଲାହୋରରୁ ଆସିଥିବା ବାଳକ ରାମଦାସ ପ୍ରତିଷ୍ଠା କରିଥିଲେ ହରିଶଙ୍କର ମନ୍ଦିର ଓ ରାମଦାସ ମଠ । ଅଖଣ୍ଡ ଭାରତ ସମୟରେ ୧୧୦ରୁ ଅଧିକ ସାଧୁସନ୍ଥ ପୁରୀକୁ ଆସିଥିଲେ । ସେତେବେଳେ ଲାହୋରର ବାଳକ ରାମଦାସ ମୋଗଲ ଶାସନ ସମୟରେ ତକ୍ରାଳୀନ ଶାସକଙ୍କ ଦ୍ୱାରା ଦିଲ୍ଲୀରୁ ସିଧାସଳଖ ଶ୍ରୀଜଗନ୍ନାଥ ଧାମ ଆସି ଏହାକୁ ପ୍ରତିଷ୍ଠା କରି ମହାପ୍ରଭୁଙ୍କ ସଂସ୍କୃତିରେ ନିଜକୁ ସାମିଲ କରିଥିଲେ ।ସେହି ସମୟରେ ଠାକୁରଙ୍କୁ ଛାଡି ଯିବାପାଇଁ ଭକ୍ତଙ୍କର ମନହେଲା ଯାହାଫଳରେ ଗଜପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଗଜପତି ଆସ୍ଥାନଟିଏ ଦେଇଥିଲେ । ଯାହାକି ଗୁଣ୍ଡିଚା ମନ୍ଦିର ଉତ୍ତର ପଟକୁ ଶରଧା ବାଲିରେ ଥିବା ହାତୀଶାଳ ପରିସରରେ । ଏବେ ଏହି ମଠକୁ ଐତିହ୍ୟ କୀର୍ତ୍ତିରାଜୀର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରକୁ ଆଣି ରକ୍ଷଣାବେକ୍ଷଣ ସହ ଉନ୍ନତି କରୁଥିବା ଜଣାପଡିଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive