ads

Breaking News

ବାବା ଲୋକନାଥ ଙ୍କ ପୀଠରେ ଜାଗର ଉପଲକ୍ଷେ ବିଶାଳ ଦିପ


ପୁରୀ ---- ଅସନ୍ତା କାଲି ମହାଶିବରାତ୍ରି ତଥା ଜାଗର। ପୁରୀ ର ବାବା ଲୋକନାଥ ଙ୍କ ପୀଠ ରେ ଜାଗର ପାଳନ ନେଇ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ର ପ୍ରସ୍ତୁତି ଶେଷ ହୋଇଛି। ଜାଗର ଦିନ ଲୋକନାଥ ଙ୍କ ପୀଠ ରେ ରାତି ୩ ଟାରେ ମହାଦୀପ ଉଠିବ। ଭକ୍ତ ଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଡ ସହ ଅଲୋକ , ପାନୀୟ ଜଳ, ସଫେଇ ନେଇ ବିଭିନ୍ନ ବିଭାଗ ଦାୟିତ୍ୱ ଦିଆଯାଇଛି। ତେବେ ଏଥର ମୁଖ୍ୟ ଆକର୍ଷଣ ହେବ କଟକ ରୁ ଆସିଥିବା ବିଶାଳ ଦୀପ। ଯାହାକି ପଙ୍କ ଉଦ୍ଧାର ଏକଦସି ଦିନ ଠାରୁ ଜାଗର ମହାଦୀପ ଉଠିବା ଯାଏଁ ଅହରହ ଜଳିବ। ଏହି ଦୀପ ର ଲମ୍ବ ସାଢେ ଛଅ ଫୁଟ ଏବଂ ଏହାର ଓସାର ସାଢେ ୪ ଫୁଟ । ଦୀପ ର ଗଭୀରତା ୨ ଫୁଟ। ଏହି ଦୀପ  ଦେଢ଼ କୁଇଁଟାଲ ଘିଅ ଧାରଣ କରିବାର କ୍ଷମତା ରହିଛି ।   ଜଗତ ମଙ୍ଗଳ ଜାଗର ଦୀପ ନାମରେ  ଏହି ଦୀପ ଜଣେ ସମାଜସେବୀ ରାମକୃଷ୍ଣ ହୋତା ଲୋକ ନାଥ ପୀଠ ରେ ଦୀପ ଜଳିବା ନେଇ ବ୍ୟବସ୍ଥା କରିଛନ୍ତି। ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts