ads

Breaking News

ମା’ ଦିଗବାରୁଣୀ ପୀଠରେ ୨୧ରେ ଜାଗର

କୁଜଙ୍ଗ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଗଢ଼ିଉଠିଥିବା ଏକ ନୂତନ ବିଷ୍ଣୁ ଚରଣ ମଲ୍ଲିକ ସ୍ମୃତି ସଂସଦର ଜରୁରୀ ବୈଠକ ସ୍ଥାୟୀ ସଭାପତି ରମେଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ତଥା ତିର୍ତ୍ତୋଲ ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ଉପସଭାପତି ପଣ୍ଡିତ ସଚ୍ଚିଦାନନ୍ଦ ପତି, ସମ୍ପାଦକ ବିଜୟ କୁମାର ମଲ୍ଲିକ, ସଭ୍ୟା ସଂଧ୍ୟାରାଣୀ ମଲ୍ଲିକ, କୋଷାଧ୍ୟକ୍ଷା ଶୁଶ୍ରୀ ସୋନାଲୀ ପ୍ରିୟ ଦର୍ଶନୀ, ସଭ୍ୟ ଉମେଶ ଚନ୍ଦ୍ର ସାହୁ, ଯୁବ ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଆସନ୍ତା ୨୧ ତାରିଖରେ ଏହି ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁରସ୍ଥିତ ମା ଦିଗବାରୁଣୀଙ୍କ ପୀଠରେ ଜାଗରଯାତ୍ରା ପାଳନ ଅବସରରେ ସ୍ମୃତି ସଂସଦ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିତ କରାଯାଇଛି । ଏହି ଯାଗରଯାତ୍ରାକୁ ମହିଳାମାନେ ଆସୁଥିବାରୁ ଏହାକୁ ଲକ୍ଷରଖି ସଂସଦ ପକ୍ଷରୁ ଏହି ପ୍ରତିଯୋଗିତାରେ “ମୋ ବୋହୁ ଲକ୍ଷ୍ମୀ ପ୍ରତିମା”, ସ୍ଥାନୀୟ ବିଦ୍ୟାଳୟମାନଙ୍କର କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ବକୃତା ସହିତ ଦେଶପ୍ରେମ ସମ୍ବଳିତ ଭଜନ, ଓଡ଼ିଶୀ ନୃତ ଭଳି  ବିଭିନ୍ନ ପ୍ରତିଯୋଗିତା କରାଯିବାପାଇଁ ନିଷ୍ୱତି ନିଆଯାଇଛି । ଜାଗରଯାତ୍ରାକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସଂସଦ ପକ୍ଷରୁ ଜଳସେବା ଯୋଗାଇଦେବାପାଇଁ ସର୍ବସମତିକ୍ରମେ ନିଷ୍ୱତି ହୋଇଛି । ଶେଷରେ ସଂଯୋଜକ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive