ads

Breaking News

-ସ୍କୁଲ ଗୃହ ଫ୍ୟାନ ରେ ରଶି ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା


ପୁରୀ---- -ଆଜି ସକାଳେ ନିମାପଡ଼ା ଥାନା ଅଧୀନ ଧୀରପୁର ପଞ୍ଚାୟତ ଜାଗେଶ୍ବରପୁର ଗ୍ରାମର ଜଣେ ଶିକ୍ଷକ  ସ୍କୁଲ ଗୃହ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶିକ୍ଷକ ଜଣକ ହେଲେ ଜାଗେଶ୍ଵରପୁର ଗ୍ରାମର ଆର୍ତତ୍ରାଣ ସ୍ବାଇଁ (୪୭)। ସେ ପ୍ରତିଦିନ ପରି ଆଜି ସକାଳୁ  ଧୀରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପିଲାମାନଙ୍କୁ ଟିଉସନ କରିବାକୁ ଆସି ପିଲାମାନଙ୍କ ଅଣନଜରରେ ଏକ ଶ୍ରେଣୀ ଗୃହରେ ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଵୋଲି ସୂଚନା ମିଳିଛି।ପରେ ଅନ୍ୟ ଶିକ୍ଷକ ମାନେ ବିଦ୍ୟାଳୟ କୁ ଆସି ଶିକ୍ଷକ ଜଣକ ଫ୍ୟାନ ରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ମାନଙ୍କୁ କହିଥିଲେ। ଏନେଇ ତାଙ୍କ ସାନ ଭାଇ ନିମାପଡ଼ା ଥାନା ରେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହେଲେ ମୃତ୍ୟୁ ର କାରଣ ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ଅଧିକ ରୁଣ ଭାର ହେତୁ ଶିକ୍ଷକ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts