ads

Breaking News

ତ୍ରୀଶୁଳ ଦୀକ୍ଷା କାର୍ଯ୍ୟକ୍ରମ

ବରୀ----ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ସ୍ଥିତ ମା ମଙ୍ଗଳାଙ୍କ ପୀଠରେ ବଜରଙ୍ଗ ଦଳ ପକ୍ଷରୁ ତ୍ରୀଶୁଳ ଦୀକ୍ଷା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ  ହୋଇଯାଇଛି । ବରୀ ଓ ଧର୍ମଶାଳା ପ୍ରଖଣ୍ଡର ବଜରଙ୍ଗ ପ୍ରେମି ଯୁବକମାନେ ଉପସ୍ଥିତ ରହି ଏହି ଦୀକ୍ଷା ଗ୍ରହଣ କରିଛନ୍ତି । ହିନ୍ଦୁଧର୍ମ,ସଂସ୍କୃତି,ଗୋମାତାଏବଂ ମଠ ମନ୍ଦିର ସୁରକ୍ଷା ପାଇଁ ଏହି ଧର୍ମ ଗ୍ରହଣ କରିଥିବା ଯୁବକମାନେ ବଜ୍ର ଶପଥ ନେଇଛନ୍ତି । ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାମାଜିକ ସମର ସତା ପ୍ରମୁଖ ଅରବିନ୍ଦ ଦାସ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅକ୍ଷୟ ବଳ,ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସମିର କୁମାର ନାୟକ, ସେବା ପ୍ରମୁଖ ଦୋଳ ଗୋବିନ୍ଦ ଜେନା,ସହ ସଂଯୋଜ ଚନ୍ଦ୍ରକାନ୍ତ କର,ପ୍ରଭାତ ମଲ୍ଲିକ, ମଣ୍ଟୁ ପଟ୍ଟନାୟକ, ଚିନ୍ମୟ ମିଶ୍ର,ଭୂଷଣ ମହାନ୍ତି ,ମିତ୍ରଭାନୁ ଧଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବରୀ ସଂଯୋଜକ ଚିତ ରଂଜନ ପରିଡା  ଧର୍ମଶାଳା ସଂଯୋଜକ ଗୋପିନାଥ ନାୟକଙ୍କ ମିଳିତ ଭାବେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସୋମନାଥ ସାହୁ,ଦୀପ୍ତୀ ରଂଜନ ବାରିକ,ଦଶରଥ ଦାସ,ସୁରେନ୍ଦ୍ର ପାତ୍ର, ଅମୀୟ ମହାନ୍ତି, ଦୀପକ ଭରଦ୍ୱାଜ, ପଂକଜ କର ପ୍ରମୁଖ ଯୁବକ ଉପସ୍ଥିତ ଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ

ads

Blog Archive