ads

Breaking News

ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦର ବାର୍ଷିକ କ୍ରିଡା ଉତ୍ସବ

କୁଜଙ୍ଗ----  କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର ବାଲିପାରି ଠାରେ ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦ ପକ୍ଷରୁ ୫୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜାନୁୟାରୀ ୨୬ରୁ ୨୦ଦିନ ବ୍ୟାପି ଆୟୋଜିତ ଏହି ବାର୍ଷିକ କ୍ରୀଡା ଉତ୍ସବର ଉଦ୍‌ଯାପନ ଉତ୍ସବ ପୂର୍ବତନ ପାଟପୁର ସରପଞ୍ଚ ସରୋଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ କ୍ରୀଡାର ବିକାଶ ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ସମାଜସେବୀ ଶୁଭ୍ରକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ନମିତା ପରିଡା, ବିଜୟ ଖଟେଇ ପ୍ରମୁଖ ଯୋଗଦେଇ ପୁଚି, ସାଇକେଲ୍ ରେସ୍‌, ଦୌଡଡିଁଆ, ଦୌଡ, ଛଦ୍ମବେଶ, ଜଲିପି ଡିଆଁ, ମ୍ୟୁଜିକ୍ ଚେୟାର ପ୍ରଭୃତି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ ।
 ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର

ads

Blog Archive