ads

Breaking News

ବରୀରେ ସିଏଏ ସପକ୍ଷରେ ଜନ ସଚେତନତା

ବରୀ----ବରୀ ବ୍ଲକ ଅନ୍ତର୍ଗତ ବରୀ ପଞ୍ଚାୟତର ଦଳିତ ସାହିରେ ଆଜି ସିଏଏ ସପକ୍ଷରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ପରିଷଦ ସଭ୍ୟ ଶିବ ପ୍ରସାଦ ନାୟକ ସଭାପତିତ କରିଥିଲେ । ବରିଷ୍ଠ ବିଜେପି ନେତା ଅମିୟ କାନ୍ତ  ମଲ୍ଲିକ ଯୋଗଦେଇ ଭାରତ ସରକାର ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ରେ କୈାଣସି ଜଣେ ମଧ୍ୟ ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକର କ୍ଷତି ହେବ ନାହିଁ ବୋଲି କହିଥିଲେ । ଆମର ପଡୋଶି ଦେଶ ପାକିସ୍ଥାନ, ବାଙ୍ଗଲାଦେଶ ଓ ଆଫଗାନସ୍ଥାନରୁ ନିର୍ଯ୍ୟାତିତ ହୋଇ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୈାଦ୍ଧ ଧର୍ମୀ ଲୋକମାନେ ଭାରତରେ ନାଗରିକତ୍ୱ ପାଇ ପାରିବେ ।ଏଥିପାଇଁ ସମସ୍ତ ଭାରିତୀୟ  ଆଇନକୁ ସମର୍ଥ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀବ୍ଲକ ଅଧ୍ୟକ୍ଷା ଶୁବାସିନି ଶର୍ମା ,ସରପଞ୍ଚ ରମାକାନ୍ତ ମଲ୍ଲିକ,ସମିତି ସଭ୍ୟା ବିଜୟଲକ୍ଷ୍ମୀମୀ ସେଠୀ,ନନ୍ଦ କିଶୋର ବାରିକ୍‌,ଅରୁଣ ଦାସ,ଜ୍ଞାନ ରଂଜନ ଦାସ,ବିନୋଦ ବେହେରା,ପ୍ରମୋଦ ଜେନା,ଅଜିତ ଜେନା, ନବ କିଶୋର ମଲ୍ଲିକ, ଲଚ୍ଛମନ ମଲ୍ଲିକ, ପପୁ ମଲ୍ଲିକ, ନିର୍ମଳ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts