ads

Breaking News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 
ପୁରୀ---   ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ଠାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ଏହି ଉତ୍ସବରେ ଘରୋଇ ହୋମିଓପାଥି ଚିକିତ୍ସକ ସଂଘ ସଭାପତି ନେତ୍ରାନନ୍ଦ ଭୋଇ ମୁଖ୍ୟ ଅତିଥି ଯୋଗ ଦେଇ ଉତ୍ସବଟିକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ସମାଜ ସେବୀ ଅଜୟ ରାୟ , ମୁଖ୍ୟ ବକ୍ତା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସୁରେନ୍ଦ୍ର ମୋହନ୍ ପଟ୍ଟନାୟକ, ସଭାପତି ପ୍ରତାପ କୁମାର ଜେନା , ପଦ୍ମକେଶରୀ ଦିବାକର ନାୟକ, ରାଜକିଶୋର ସାବୁତ୍, ଶଶୀଭୂଷଣ ମହାପାତ୍ର  ଯୋଗଦେଇ କିପରି କୁନି କୁନି ଛାତ୍ରଛାତ୍ରୀମାନେ ଦେଶର ନାଁ ରଖିବେ, ଉଚ୍ଚ ଶିକ୍ଷିତ ହେବେ, ବାପା ମାଆଙ୍କୁ ଆଦର ସ୍ନେହ ଶ୍ରଦ୍ଧା ଦେବେ ଏବଂ ମାଆ ବାପା କିପରି ପିଲାଙ୍କ ପ୍ରତି ଯତ୍ନବାନ ହେବେ ତାହା ଭାଷଣ ମାଧ୍ୟମରେ ସଚେତନତା କରାଇଥିଲେ।
ଏହି ଅବସରରେ ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ାରେ ଭାଗନେଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ ପୁରସ୍କାର ପ୍ରଦାନ କରିଥିଲେ । ପରେପରେ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive