ads

Breaking News

ଅଙ୍ଗନୱାଡି କେନ୍ଦ୍ର ଗୃହ ପାଇଁ ଶିଳାନ୍ୟାସ କଲେ ବିଧାୟକ


ଡେଲାଙ୍ଗ----ଡେଲାଙ୍ଗ ବ୍ଳକର ଧାନକେମରା ଗ୍ରାମ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର-୩ ନୂତନ ଗୃହ ପାଇଁ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଶିଳାନ୍ୟାସ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ଡେଲାଙ୍ଗ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଉପାଧ୍ୟକ୍ଷା ସ୍ୱପ୍ନା ବଳପ୍ତରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିରୋଦ ପ୍ରଧାନ, ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ନିର୍ଦ୍ଦେଶକ ବୈରାଗୀ ଜେନା, ଜିଲ୍ଲା ପରିଷଦ ସଙ୍ୟ ଦେବାଶିଷ ନନ୍ଦ, ସରପଞ୍ଚ ପ୍ରସନ୍ନ କୁମାର ଜେନା ସମିତିସଭ୍ୟା ପ୍ରୀତିଲତା ସେନାପତି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ଏହି ଗୃହ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଅର୍ଥ ମଞ୍ଚୁର କରାଯାଇଛି ବୋଲି ବ୍ଳକ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟ ୬ ମାସ ମଧ୍ୟମ ସରିବ ବୋଲି କହିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts