ads

Breaking News

ଡେଲାଙ୍ଗରେ ପ୍ରଥମ ଦିନରେ ୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେନାହିଁ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ସରକାରୀ ବାଳିକା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ଏହି ନୋଡାଲ ସେଣ୍ଟରକୁ ମିଶାଇ ମୋଟ ୮ ଟି ସେଣ୍ଟର କରାଯାଇଛି । ୧୨୯୩ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ରହିଥିଲା । ସେମାନଙ୍କ ମଧ୍ୟରୁ ୨୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବ୍ଳକ ସହକାରୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡାଙ୍କ ଠାରୁ ସୁଚନା ମିଳିଛି ।  ସୁଚନାଯୋଗ୍ୟ ଯେ କଲ୍ୟାଣପୁର ହାଇସ୍କୁଲରେ ୧୭୬ଜଣ ଛାତ୍ରଛାତୀ ପରୀକ୍ଷା ଦେବାର ଥିବା ବେଳେ କେତେକ କାରଣ ନେଇ ୩ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ସରକାରୀ ବାଳିକା ହାଇସ୍କୁଲରେ ୧୫୩ ଜଣଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ରହିଛନ୍ତି । ବିଶ୍ୱନାଥ ଦେବ ବିଦ୍ୟାପୀଠରେ ୧୪୯ ଜଣଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହିଛନ୍ତି, ଘୋରଡିଆ ହାଇସ୍କୁଲରେ ୧୮୩ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ୪ଜଣ ଆଜି ଅନୁପସ୍ଥିତ ରହିଥିଲେ, ସେହିପରି ସରକାରୀ ବେରବୋଇ ହାଇସ୍କୁଲରେ ୧୯୫ ଜଣ ଛାତ୍ର ଛାତ୍ରୀଙ୍କ ମଦ୍‌ୟରୁ ଜଣେ ପରୀକ୍ଷା ଦେଇନଥିବା ଜଣାପଡିଛି । ମହତାବ ହାଇସ୍କୁଲରେ ୧୬୨ଜଣ ପରୀକ୍ଷା ଦେବା ପାଇଁ ପଶ୍ନପତ୍ର ଯାଇଥିବା ବେଳେ ୪ଜଣ ଅନୁପସ୍ଥିତ ରହିଥିଲେ , ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ୧୬୮ ଜଣ ଙ୍କ ମଦ୍‌ୟରୁ ୩ଜଣ ପିଲା ଅନୁପସ୍ଥିତ ରହିଥିଲେ । ସୋମନାଥ ଦେବ ହାଇସ୍କୁଲ ହରିରାଜପୁରରେ ୧୦୭ ଜଣ ପିଲା ପରୀକ୍ଷା ଦେବା ପାଇଁ ପ୍ରଶ୍ନପତ୍ର ପଠାଯାଇଥିବା ବେଳେ ୬ ଜଣ ପିଲା କୌଣସି କାରଣରୁ ଅନୁପସ୍ଥିତ ରହିଥିବା ଜଣାପଡିଛି । ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ସରିଥିବା ଜଣାପଡିଛି ।
 ଡେଲାଙ୍ଗରୁ  ଧୀରେନ୍ଦ୍ର ସୋପତି 

ads

Blog Archive

Popular Posts