ସ୍ୱାଧୀନତା ଦିବସ ଉପଲକ୍ଷେ କୋଣାର୍କ ଏନ୍ଏସି ପକ୍ଷରୁ ତର୍କ ପ୍ରତିଯୋଗିତା
କୋଣାର୍କ --- ଆସନ୍ତା ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ କୋଣାର୍କ ଏନ୍ଏସି ପକ୍ଷରୁ ଏନ୍ଏସି ଅନ୍ତର୍ଗତ ସମସ୍ତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ପୂର୍ବାହ୍ନରେ କୋଣାର୍କ ଆଶ୍ରମ ସ୍କୁଲ ପରିସରରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ କଲେଜ ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ଗୃପରେ ବିଭାଜିତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସବଜୁନିୟର ଗୃପ ପାଇଁ ‘ଆମ ପ୍ରଧାନମନ୍ତ୍ରୀ’ ଶୀର୍ଷକ ପ୍ରସଙ୍ଗରେ ଭେଙ୍କଟେଶ୍ୱର ସ୍କୁଲର ଛାତ୍ରୀ ବଂଶାଳୀ ମହାନ୍ତୀ ପ୍ରଥମ, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ର ଚିନ୍ନମୟ ସାହୁ ଦ୍ୱିତୀୟ ଓ ଶୁଶ୍ରୀ ସୋମ୍ୟା ପରିଡା ତୃତୀୟ ସ୍ଥାନ ହାସଲ କରିଥିଲେ । ଜୁନିୟର ଗୃପପାଇଁ ‘ମୋ ବେଳାଭୂମି’ ଶୀର୍ଷକ ପ୍ରସଙ୍ଗରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀ ଆକାଙ୍କାକ୍ଷା ସାହୁ ପ୍ରଥମ, ସରସ୍ୱାତୀ ଶିଶୁ ମନ୍ଦିରର ଛାତ୍ରୀ ଗୁନଗୁନ ଜେନା ଦ୍ୱିତୀୟ ଏବଂ ଆଶ୍ରମ ସ୍କୁଲର ଛାତ୍ରୀ ଆଶା ମୁର୍ମୃ ତୃତୀୟ ସ୍ଥାନରେ ରହିଛନ୍ତି । ସିନିୟର ଗୃପପାଇଁ ‘କେତେ ସୁରକ୍ଷିତ ଆମ ଐ୍ୟତିହ୍ୟ ଶୀର୍ଷକ ପ୍ରସଙ୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ୱସ୍ତିକ ବରାଳ, ଦାମଦୋର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ପାଣ୍ଡିଆ ଓ ବୈଶାଖୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇଶାନ ନାୟକ ଦ୍ୱିତୀୟ ଏବଂ ଶିଳ୍ପା ପ୍ରିୟଦର୍ଶନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କଲେଜସ୍ତରୀୟ ପ୍ରତିଯୋଗିତାରେ ‘ଅଖଣ୍ଡ ଭାରତ ଓ ଆଜିର ଗଣତନ୍ତ୍ର?’ ଶୀର୍ଷକ ପ୍ରସଙ୍ଗକୁ ନେଇ ତର୍କ ପ୍ରତିଯୋଗୀତାରେ କୋଣାର୍କ ଭଗବତୀ ମହାବିଦ୍ୟାଲୟର ଛାତ୍ରୀ ସ୍ୱାତୀରେଖା ଶିଶୁ ପ୍ରଥମ, ସୁପ୍ରିୟା ସୋନାଲିକା ରାଉତ ଦ୍ୱିତୀୟ ଓ ପୁଷ୍ପା ମଞ୍ଜରୀ ଓଝା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ଏନ୍ଏସି ପକ୍ଷରୁ ପ୍ରମାଣପତ୍ର ଓ ପୁରଷ୍କାର ବିତରଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏନ ଶ୍ରୀନିବାସ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାକୁ ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ଗୋପାଳ ଦାଶ ପରିଚାଳନା କରିଥିବାବେଳେ ବିଚାରକ ଥିଲେ ଅବଶରପ୍ରାପ୍ତ ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନ ଓ ଶରତଚନ୍ଦ୍ର ବାରିକ ଓ ଶିକ୍ଷାବିତ ରବିନ୍ଦ୍ରନାଥ ବାହୀନିପତି ଓ ଅଧ୍ୟାପକ ବିନୟଭୂଷଣ ମହାନ୍ତି ରହି ଥିବା ବେଳେ ସବକମିଟିର ସଦସ୍ୟ ସାମ୍ବାଦିକ ଅଜିତ କୁମାର ମଲ୍ଲିକ, ଅବନୀ ଭୂଷଣ ବାରିକ, ବିଶ୍ୱଜିତ ରାଉତରାୟଙ୍କ ସମେତ କୋଣାର୍କ ଏନଏସିର କର୍ମଚାରୀ ରଞ୍ଜନ ଜେନା, ପ୍ରଶାନ୍ତ କୁମାର ବଡପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ଭୋଳ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକଙ୍କ ରିପୋର୍ଟ



