ads

Breaking News

ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଗିରଫ


 ସାକ୍ଷୀଗୋପାଳ ---- ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡର ଜଣେ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ  ସତ୍ୟବାଦୀ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତଙ୍କ ଠାରୁ ପ୍ରକାଶ  । ସୁଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗର ଜେଇ ମନୋଜ କୁମାର ସାମନ୍ତରାଏଙ୍କ ନିର୍ଦ୍ଦେଶ କ୍ରମେ ଲାଇନିମ୍ୟାନ ଶରତ ସୁକାରୀ ନୁଆଗାଁ ଗ୍ରାମକୁ ଏକ ଲାଇନି କାଟିବା ପାଇଁ ଯାଇଥିଲେ  । ବିଦ୍ୟୁତ ଗ୍ରାହକନଂ ୦୦୩୦୬୭୮୦ ପି.ୟୁ ଆର କେସ ପ୍ରେମଲତା ରଥଙ୍କ ନାମରେ ହୋଇଛି । ନିୟମ ଅନୁଯାୟୀ ତାଙ୍କୁ ଅବଗତ କରାଇ ବିଦ୍ୟୁତ କାଟ କରାଯାଇଥିଲା  । ସେହି ସମୟରେ ତାଙ୍କ ଝିଅ ମାମା ରଥ ଓ ଜ୍ୱାଇଁ ଦୁର୍ଗା ପ୍ରସାଦ ମିଶ୍ର ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିବା ସହ ଲାଇନିମ୍ୟାନ ଶ୍ରୀ ସୁକାରିଙ୍କୁ କାଠ ପାଳିଆରେ ମାଡ ମାରିଥିବା ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା  ।  ମହିଳା ଜଣଙ୍କ କାଠ ଫାଳିଆରେ ମାଡ ମାରୁଥିବା ପ୍ରମାଣ ଦେଇଥିଲେ  । ଏହାକୁ ଭିତ୍ତିକରି  ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗିରଫ କରିବା ସହ ୧୩୫/୨୦୧୯ରେ  କେସ ରୁଜ କରାଯାଇ ଆଜି ତାଙ୍କୁ କୋର୍ଟକୁ ପଠାଯାଇଛି  ।  ଏଏସଆଇ ବାନାମ୍ବର ବେହେରାଙ୍କୁ କେସ ତଦନ୍ତ କରୁଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive