ଦୀର୍ଘ ଦୁଇଘଣ୍ଟା ଧରି ନୟାଗଡ଼ ଓଡ଼ଗାଁ ରାଜ୍ୟ ରାଜପଥ ଅବରୋଧ
ଓଡ଼ଗାଁ: ଓଡ଼ଗାଁ ନୟାଗଡ଼ ରାଜ୍ୟ ରାଜପଥକୁ ଦୀର୍ଘ ଦୁଇଘଣ୍ଟା ଧରି ସ୍ଥାନୀୟ ଜନସାଧାରଣ ଅବରୋଧ କରିଥିଲେ।ଦୁଇଜଣ ମଦ୍ୟପ ଯୁବକ ଜଣେ ବୋଲବମ ଭକ୍ତଙ୍କୁ ବାଇକ ଧକ୍କା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏହା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ହୋଇଥିବାରୁ ଏବଂ କୌଣସି କର୍ମଚାରୀ ନଆସିବାରୁ ବାଇକ ଆରୋହୀ ଅଗ୍ନିଶମ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ରାଗିଯାଇ ଅଗ୍ନିଶମ ବିଭାଗ ଅଧିକାରୀ ଯୁବକଙ୍କୁ ଧକ୍କା ମାରିଥିଲେ । ଯୁବକ ଜଣଙ୍କ ତଳେ ପଡି ଯିବାରୁ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା।ଏଥିରେ ଜନସାଧାରଣ ଉତକ୍ଷିପ୍ତ ହୋଇ ଓଡ଼ଗାଁ ନୟାଗଡ଼ ୨୧ ନମ୍ବର ରାଜ୍ୟ ରାଜପଥକୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଦୁଇଘଣ୍ଟା ଧରି ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଥିଲା । ଘଟଣା ସ୍ଥଳରେ ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା ହସ୍ତକ୍ଷେପ କରି ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇଥିଲେ।ଉଭୟ ପକ୍ଷକୁ ଥାନାକୁ ଡାକି ସମାଧାନ କରିଥିଲେ।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ



